ବୋଲଗଡ ; ତା-୦୯/୦୩ (ବିଏମସି ଟିଭି ଓଡ଼ିଆ )
ବୋଲଗଡ ର ମୁଖିଆ ତଥା ବୋଲଗଡ ରତ୍ନ କୃଷ୍ଣ ମୋହନ ପାଲଟାସିଂ (୯୬)ବର୍ଷ ବୟସରେ ରବିବାର ପବିତ୍ର ଫଗୁ ଦଶମୀ ରେ ପରଲୋକ ପ୍ରାପ୍ତ ହୋଇଛନ୍ତି। ସେ ଏକାଧାରାରେ ଜଣେ ସମାଜସେବୀ, ନ୍ୟାୟବିତ ରାଜନୀତଜ୍ଞ ସୁଦକ୍ଷ କଳାକାର ଥିଲେ।

୧୯୨୯ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ବୋଲଗଡ ପଞ୍ଚାୟତର ସରପଞ୍ଚ ହୋଇଥିଲେ। ଗ୍ରାମରେ ସମସ୍ତ କାର୍ଯ୍ୟରେ ତାଙ୍କୁ ଆଗରେ ଦେଖିବାକୁ ମିଳୁଥିଲା। ପରେ ପରେ କଂଗ୍ରେସ ଓ ବିଜେଡି ରେ ଯୋଗଦେଇଥିଲେ । ଭାଗ ଚାଷୀ ଆନ୍ଦୋଳନର ଜଣେ ପ୍ରମୁଖ କର୍ଣଧାର ଥିଲେ । ବୋଲଗଡ ମହୋତ୍ସବ ର ସ୍ଥାୟୀ ସଭାପତି ରୂପେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ।

ଆଜି ତାଙ୍କର ଅବର୍ତମାନରେ ବୋଲଗଡରେ ଶୋକର ଛାୟା ଖେଳିଯାଇଛି। ବିଧାୟକ ପ୍ରଦୀପ ସାହୁ , ଯୁବନେତା ବ୍ରଜବନ୍ଧୁ ସୁବୁଦ୍ଧି , ବୋଲଗଡ଼ ଐତିହାସିକ ରବୀନ୍ଦ୍ର ପରିଡା , ଅକ୍ଷୟ କୁମାର ପଟ୍ଟନାୟକ ପ୍ରମୁଖ ଅଞ୍ଚଳର ବହୁ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର ଶବାଧାରରେ ଶହ ଶହ ଜନ ସାଧାରଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବଡ଼ ପୁତ୍ର ବ୍ରଜ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ବେଳକୁ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ବିଏମସି ନ୍ୟୁଜ୍ ଓଡିଶା।
କୃଷ୍ଣମୋହନ ପାଲଟାସିଂହ ବ୍ରହ୍ମଚାରି ଚମ୍ପତିଙ୍କର ବଡପୁଅ, ସାନଭାଇ ନବକିଶୋର ଚମ୍ପତି। ଘନଶ୍ୟାମ ପାଲଟାସିଂହ ପିଇସା ଙ୍କର କୌଣସି ପୁତ୍ରସନ୍ତାନ ନଥିବାରୁ ସେ କୃଷ୍ଣମୋହନ ଙ୍କୁ ଛୋଟପିଲା ବେଳୁ ପୋଷ୍ୟପୁତ୍ର ଭାବରେ ନିଜଘରକୁ ନେଇ ବହୁତ ଗେହ୍ଲାରେ ଲାଳନପାଳନ କରି ବଡହେବାପରେ ତାଙ୍କ ଗୋତ୍ରରେ ବିବାହ କରାଇ ଥିଲେ। ସମସ୍ତ କଳାରେ ନିପୁଣବିନ୍ଧାଣି କୃଷ୍ଣ ମୋହନ ଜଣେ ନ୍ୟାୟ ବିତ, ବୋଲଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ, ବିଭିନ୍ନ ଅନୁଷ୍ଠାନର ମୁଖିଆ, ଭାଗଚାଷୀ ଆନ୍ଦୋଳନର ପ୍ରଣେତା ସର୍ବୋପରି ଆମ ବୋଲଗଡର ମୁଖିଆ ଆଜି ତା-୯/୩/୨୦୨୫ରିଖ ସକାଳେ ୯ଘାଣ୍ଟିକା ରେ ନିଜ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି। ବିଏମସି ନ୍ୟୁଜ୍ ଓଡିଶା ପରିବାର ତରଫରୁ ତାଙ୍କର ଅମର ଆତ୍ମାର ସତଗତି କାମନା କରୁଅଛୁ ।
