ଦଶପଲ୍ଲା :-୦୬/୦୬/୨୫ (ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ଅନ୍ତର୍ଗତ ଏନ ଏ ସି ର ମୁଖ୍ୟ ବଜାର ରେ ଜଣେ ଦୁର୍ବୁତ୍ତ ବୋମା ମାଡ଼ କରି ଫେରାର ହୋଇଯାଇଛି। ଏ ପ୍ରକାର କାଣ୍ଡ ଭିଆଇବାକୁ ବର୍ତମାନ ର ଯୁବ ସମାଜ ପଛଘୁଞ୍ଚା ଦେଉନାହାନ୍ତି। ଦଶପଲ୍ଲା ରେ ଆଇନ କାନୁନ ବ୍ୟବସ୍ଥା କୋହଳ ଲାଗି ଏ ପ୍ରକାର ଅବସ୍ଥା ହେଉଛି ବୋଲି ସାଧାରଣ ରେ ଆଲୋଚନା ହେଉଛି। ଦିନକୁ ଦିନ ଦଶପଲ୍ଲା ରେ ନିଶା କାରବାର ଜୋର ହେଉଥିବା ବେଳେ ପୋଲିସ ପକ୍ଷରୁ ଆଖିଦୃଷ୍ଟିୟା ପଦକ୍ଷେପ ନିଆଯାଉନାହଁ। ଯାହା ଫଳରେ ନିଶାସକ୍ତ ଯୁବକ ଏଭଳି ଅପରାଧ ଘଟାଉ ଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ଦେଖାଯାଉ ଦଶପଲ୍ଲା ପୋଲିସ କେବେ ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦଶପଲ୍ଲା ରେ ଶାନ୍ତି ବଜାୟ ରଖି ପାରୁଛି ତାହା ଦେଖିବାକୁ ବାକି ରହିଲା।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।