ଅତାବିରା/ବରଗଡ଼ ; ତା-୧୧/୦୫ (ବି ଏମ୍ ସି ଟିଭି ଓଡ଼ିଆ)
ବରଗଡ଼ ଜିଲ୍ଲା ଅତାବିରା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆଞ୍ଚଳିକ ସାହିତ୍ୟ ପରିଷଦ୍ ଅତାବିରା ତରଫରୁ ଆଜି ସକାଳ ୧୦ ଟା ସମୟରେ ମାଁ ରାମଚଣ୍ଡୀ ମନ୍ଦିର, ଲାଦେରପାଲି ଠାରେ ନୁଆଁସକାଳ ପବ୍ଲିକେସନ ଡୁଙ୍ଗୁରିପାଲି ସ୍ବୈ।ଜନ୍ୟରେ ବହି ମିଶନ୍:୩୬୫ ଏବଂ ସମ୍ବଲପୁରୀ (କୋଶଲି) ପାଞ୍ଚ ଖଣ୍ଡ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଥାକାର ତଥା କବି ଡଃ ଗୋବର୍ଦ୍ଧନ ସାହୁ, ସମ୍ମାନିତ ଅତିଥି ଅଧ୍ୟାପକ ଯୁବରାଜ ସା,ସମିକ୍ଷକ ଭାବରେ ଡ଼ଃ ଅଜିତ କୁମାର ନାଥ ପ୍ରମୁଖ ଯୋଗ ଦେଇଥିଲେ। ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ସଭାପତି ଦଶରଥ ଭୋଇ ଏଥିରେ ସଭାପତିତ୍ବ କରିଥିବା ବେଳେ ଶିକ୍ଷକ ଧର୍ମରାଜ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।ନୁଆଁ ସକାଳ ପବ୍ଲିକେସନ ଡୁଙ୍ଗୁରିପାଲି ର ମୁଖ୍ୟ ଗୈ।ରାଙ୍ଗ ପାଣ୍ଡେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ଏହି ଅବସରରେ କବି ଋଷଭ ବିଶିଙ୍କ ଏକପଦି କବିତା ସଂକଳନ”ସୋର୍ ପଡସି ମନେ”, ଡଃ ଜଗଦିଶ ମିଶ୍ରଙ୍କ “ଭାବର୍ ଭିତରେଁ ଭାବାର୍ଥ”, କବି ଲକ୍ଷ୍ମଣ ମଲ୍ଲିକଙ୍କ “ଆଦିବାସୀର୍ ଆବାଜ୍”, କବି ରୂପଧର ସାହୁଙ୍କ “ମାତାଶିରୀ, ଏବଂ ନୂଆଁସକାଳର ସାହିତ୍ୟ ବିଶେଷାଙ୍କ ଲୋକାର୍ପିତ ହୋଇଥିଲା। ଏହି ଅବସରରେ ସମ୍ବଲପୁରୀ ଗୁଛା ବରଗଡ଼ ତରଫରୁ ଯୁବକବି ମାନସ ରଞ୍ଜନ ଦାଶ ସମ୍ବଲପୁରୀ (କୋଶଲି) ବହି ପସରା ଆଣିଥିଲେ। ସମ୍ବଲପୁରୀ (କୋଶଲି) ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ତାଙ୍କ ଅବଦାନ ମଧ୍ୟ ଅତୁଳନୀୟ। ଯୁବକବି କିଶୋର ଚନ୍ଦ୍ର ପାତ୍ର ଏକ ସରସ୍ଵତୀ ଜଣାଣ ପରିବେଷଣ କରିଥିବା ବେଳେ ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ଉପଦେଷ୍ଟା ତଥା ବିଶିଷ୍ଟ ସଂଗଠକ ସମାଜସେବୀ ସୁବାଷ ପ୍ରଧାନ ଆଗାମୀ ଦିନରେ ଅଗଷ୍ଟ ଏକ ତାରିଖରେ ଏକ ବ୍ୟଙ୍ଗ କବିତା ଆସର ଅନୁଷ୍ଠିତ କରିବାକୁ ସମସ୍ତଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ସମସ୍ତେ ରାଜି ମଧ୍ୟ ହୋଇଥିଲେ।

ବହୁ ଦୁର ଦୁରାନ୍ତରରୁ କବି ଲେଖକ ମାନେ ଆସି ଏଥିରେ ଯୋଗ ଦେଇଥିଲେ। ପ୍ରଥମ ଅଧିବେଶନ ଶେଷ ପରେ ମାଁ ରାମଚଣ୍ଡୀ ଙ୍କ ଅନ୍ନ ପ୍ରସାଦ ସେବନ ପରେ ଦ୍ବିତୀୟ ଅଧିବେଶନରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ କବି ଲେଖକ ମାନେ ନିଜସ୍ୱ କବିତା ପଠନ କରିଥିଲେ।ବିଶିଷ୍ଟ ନାଟ୍ୟକାର ତଥା କବି ନରେନ୍ଦ୍ର ମହାନ୍ତି ଏବଂ ତେଜରୁ ବାରିକ, ସାହିତ୍ୟିକ ସନ୍ତୋଷ ତ୍ରୀପାଠୀ, ପ୍ରଫୁଲ୍ଲ ସାହୁ, ଡଃ ନାରାୟଣ ଭୋଇ,ବୁଧୁ ମାଝୀ, ସଞ୍ଜୁ ପ୍ରଧାନ, ଦୁର୍ଲ୍ଲଭ ଗଡତିଆ, ତରଣୀସେନ ମେହେର, ସୁବାଷ ଭୁଏ,ମୋହନ ମହାନନ୍ଦ , ଅଞ୍ଜନ କୁମ୍ଭାର, ଯୋଗେଶ୍ୱର ତାଣ୍ଡି, ପ୍ରଭଞ୍ଜନ ପୁରୋହିତ, ଆଭାସ ପଣ୍ଡା ଙ୍କ ସମେତ ଆହୁରି ଅନେକ କବି ଲେଖକ ଏଥିରେ ଯୋଗ ଦେଇଥିଲେ। ଶେଷରେ ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ବରିଷ୍ଠ ସଦସ୍ୟ ସରୋଜ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ
ବିଏମସି ନିୟୁଜ ଓଡିଶା।
