କେନ୍ଦୁଝର ; ତା-୨୯/୦୧(ବିଏମସି ଟିଭି ଓଡ଼ିଆ)
କଥାରେ ଅଛି ଭାଇ ଥିଲେ ଭୟ କାହାକୁ ? ହେଲେ ଭାଇ ଯେତେବେଳେ ଭଗାରି ହୋଇ ଶତ୍ରୁ ହୁଏ କହିବା କାହାକୁ କେବଳ କପାଳରେ କର ମାରିବା କଥା। ଏହିପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ପାଟଣା ଥାନା ସାହାରପଡ଼ା ବ୍ଲକ କପୁଣ୍ଡି ପଞ୍ଚାୟତର ଅନ୍ତର୍ଗତ ଧାନବେଣୀ ଗ୍ରାମରେ ଯେଉଁ ଠାରେ ଗୋଟେ ଭାଇ ଅନ୍ୟ ଭାଇ ଦ୍ଵାରା ଅତ୍ୟାଚାରିତ ହୋଇଛି। ଗ୍ରାମର ଭାଗିରଥି ମହାନ୍ତ ଅଭିଯୋଗ କରିଛନ୍ତି ଜମିରେ ବାଇପାସ୍ ରାସ୍ତା ଯାଉଥିବାରୁ କିଛି ଟଙ୍କା ପାଉଥିବା ଜାଣି ନିଜ ଭାଇ ଆସି ତାଙ୍କୁ ମାରଧର କରି ଗୋଟେ ରୁମ୍ ଭିତରେ ପୂରାଇ ବହେ ଛେଚି ଥିଲା। ସାମାନ୍ୟ ଟଙ୍କା ଲାଗି ଏପରି ଭାଇ ଉପରେ ନିର୍ଯ୍ୟାତନା ଲାଗି ଲୋକେ ଏହାକୁ ନିନ୍ଦା କରିଛନ୍ତି ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।