କୁଚିଣ୍ଡାରେ ବୁଦ୍ଧ ଜୟନ୍ତୀ ପାଳିତ।

ସମ୍ବଲପୁର :ତା.୧୩/୦୫(ବିଏମସି ଟିଭି ଓଡିଆ)

ସମ୍ବଲପୁର ଜିଲ୍ଲା ଅନ୍ତର୍ଭୁକ୍ତ କୁଚିଣ୍ଡା ଉପଖଣ୍ଡର ସଦର ମହକୁମା ସ୍ଥିତ ପଞ୍ଚମୁଖୀଠାରେ ଥିବା ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସୋମବାର ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି। ବୁଦ୍ଧ ସାମାଜିକ ପରିବର୍ତ୍ତନ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ , ପ୍ରଧାନ ଶିକ୍ଷକ ଶୁରୁମଣୀ ସୁନାନି, କବି ଶେଖର ନାମଦେଓ , ସାମାଜିକ କର୍ମୀ ଶ୍ରଦ୍ଧାକର ଜୟପୁରିଆ, ଝାରସୁଗୁଡ଼ାର ସାମାଜିକ କର୍ମୀ ପ୍ରେମସାଗର ଦେହେରିଆ, ଅବସର ପ୍ରାପ୍ତ ରେଳୱେ କର୍ମଚାରୀ ପବନ ଲୁହା, ପୂର୍ବତନ ବିଧାୟକ ବୃନ୍ଦାବନ ମାଝି, ଅଧ୍ୟାପକ ରୁଦ୍ର ନାରାୟଣ ମିଶ୍ର, ପୁରୁଷୋତ୍ତମ ସାହୁଙ୍କ ସମେତ ଯୁବ ନେତା ଧରଣୀ ଧର ବାଘ ଙ୍କ ସମେତ ମାଳକାନଗିରି ରୁ ଆସିଥିବା ସାମାଜିକ କର୍ମୀ ଶୁକ୍ଳ ଧର ଖରା, ଯୁଗରୁ ଖରା, ଲକି ଖରା, ଉଶୋ ପୂଜାରୀ ପ୍ରମୁଖ ପୁଷ୍ପ ଓ ଦୀପ ଦାନ କରିବା ସହ ଗୌତମ ବୁଦ୍ଧ ସମଗ୍ର ବିଶ୍ୱକୁ ଆଲୋକିତ କରି ଏକ ବୈଜ୍ଞାନିକ ଚିନ୍ତାଧାରାର ପ୍ରବର୍ତ୍ତକ ବୋଲି କହିଥିଲେ । ଶେଷରେ ଛାତ୍ର ନେତା ସତ୍ୟମ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *