ପହଲଗାଁଓ ହତ୍ୟା ପ୍ରତିବାଦ ରେ କ୍ୟାଣ୍ଡଲ୍ ଶୋଭାଯାତ୍ରା।

ନୟାଗଡ଼ ;ତା-୨୫/୦୪(ବିଏମସି ଟିଭି ଓଡ଼ିଆ)

ପହଲଗାଁଓ ରେ ଆତଙ୍କୀ ମାନଙ୍କର ବର୍ବରତା ଚରମ ସୀମାରେ ପହଂଚି ଥିବା ବେଳେ ସାରା ବିଶ୍ୱରେ ଏହାକୁ ନିନ୍ଦା କରାଯାଉଛି। ଦେଶ ମଧ୍ୟରେ ମଧ୍ୟ ବିଦ୍ରୋହ ର ଶୋର ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ତେବେ ଆତଙ୍କବାଦ କୁ ସମୂଳେ ନଷ୍ଟ କରିବାକୁ ମଧ୍ୟ ଜନସାଧାରଣ ଙ୍କ ମଧ୍ୟରେ ଆଲୋଚନା ତୀବ୍ର ଧରିଛି।


ଏ ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଅପରାହ୍ନ ୬ ଘଣ୍ଟିକା ସମୟରେ ଜମ୍ମୁ କାଶ୍ମୀର ର ପହଲଗାଁଓ ଠାରେ ଇସଲାମିକ ଜିହାଦି ଆତଙ୍କବାଦୀ ମାନଙ୍କ ଦ୍ବାରା ବୁଲିବାକୁ ଯାଇଥିବା ପର୍ଯ୍ୟଟକ ମାନଙ୍କ ଉପରେ ଅତି ନିର୍ମମ ଭାବରେ ଗୁଳି ବର୍ଷଣ କରି ହତ୍ୟା କରିବା ପ୍ରତିବାଦରେ ଏକ କ୍ୟାଣ୍ଡଲେ ଶୋଭାଯାତ୍ରା ଆୟୋଜନ ଦଶପଲ୍ଲା ରେ କରାଯାଇଛି। ଦଶପଲ୍ଲା ଦୁର୍ଗା ବଜ଼ାର ସ୍ଥିତ ରାମମନ୍ଦିର ସମ୍ମୁଖରେ ବି ଜେ ପି ର କର୍ମୀଙ୍କ ସହିତ ଜନସାଧାରଣ ମାନେ ଦୀପ ଲଗାଇ ଥିବା ସହିତ ପାକିସ୍ତାନ ର ପତାକା କୁ ନିଆଁ ରେ ପୋଡିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *