ଦଶପଲ୍ଲା :-୦୫/୦୬/୨୫ (ବିଏମସି ଟିଭି ଓଡ଼ିଆ)
ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା ଥାନା ଅନ୍ତର୍ଗତ ଦୂର୍ଗା ବଜାର ସନ୍ନିକଟରେ ଗୁରୁବାର ଦିନ ଭୋର ସମୟରେ ଦୁର୍ଘଟଣା ଘଟିଛି | ନବରଙ୍ଗପୁର ରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ କାର୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଇଲେକ୍ଟ୍ରି ପୋଲକୁ ଧକ୍କା ଦେବାରୁ ଏଭଳି ଘଟଣା ଘଟିଛି। ଗାଡିର ସମ୍ମୁଖ ଭାଗ ଭାଂଗିରୁଜି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣା ପଡିଛି। ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଂଚି ଗାଡିକୁ ଜବତ କରିବା ସହ ପରିସ୍ଥିତି କୁ ଆୟତ୍ତ କରିଥିଲେ। ଇଲେକଟ୍ରିକ କର୍ମଚାରୀ ମାନେ ଜନସାଧାରଣ ଙ୍କ ନିମନ୍ତେ ଖରାକୁ ଖାତିର ନ କରି କାର୍ଯ୍ୟ ଆରମ୍ଭ କରିଛନ୍ତି। ଶୀଘ୍ର କାର୍ଯ୍ୟ ସାରି କରେଣ୍ଟ ଦେବେ ବୋଲି ପ୍ରକାଶ କରିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଆ।