ଭୁବନେଶ୍ୱର, ତା-୦୮/୧୨ ( ବିଏମସି ଟିଭି ଓଡ଼ିଆ)
ରାଜଧାନୀ ଭୁବନେଶ୍ୱରରେ ସିବିଆଇ ରେଡ୍। ମେ’ଫେୟାର୍ ହୋଟେଲ ସମ୍ମୁଖରେ ସିବିଆଇ ପକ୍ଷରୁ ରେଡ୍ କରାଯାଇ ଏକ ଦାମୀ ଗାଡିକୁ ରେଡ୍ କରିଥିଲା। ରେଡ୍ ବେଳେ ଏହି ଦାମୀ ଗାଡ଼ିରୁ ବିପୁଳ ଟଙ୍କା ମିଳିଥିବାର ସୂଚନା ମିଳିଛି। ତେବେ ଏହି ଦାମୀ ଗାଡ଼ିରେ ୪ଜଣଙ୍କୁ ସିବିଆଇ ନିଜ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି। ଏହି ଦାମୀ ଗାଡ଼ିରୁ ପ୍ରାୟ ୧ କୋଟି ଟଙ୍କା ମିଳିଥିବାର ସୂଚନା ମିଳିଛି।
ସୂଚନା ଅନୁସାରେ ଗତକାଲି ରାତ୍ରି ପ୍ରାୟ ୯ଟା ସମୟରେ ହୋଟେଲ ମେ’ଫେୟାର୍ ସମ୍ମୁଖରେ ଗୋଟିଏ ନାଲି ରଙ୍ଗର ଦାମୀ କାର ଛିଡା ହୋଇଥିଲା। ଯାହାର ନମ୍ବର OD-05-9999 ଅଟେ। ତେବେ ଏହି ଦାମୀ କାର ଟି ଏକ ବିଲଡର୍ ସଂସ୍ଥାର ବୋଲି ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି। ତେବେ ଏହି ବିଲଡର୍ ସଂସ୍ଥାର କାଯ୍ୟାଳୟ ଟି ପାହାଳରେ ଥିବା ସୂଚନା ମିଳିଛି। ଏହି ଦାମୀ ଗାଡ଼ିରେ ଏକ ବଡ଼ ଧରଣର ଡିଲ୍ ହେଉଥିଲା ବୋଲି ସାଧାରଣରେ ଚଚ୍ଚା ହେଉଛି। ତେବେ ଘଟଣାଟି କୌଣସି ସୂତ୍ରରୁ ଖବର ପାଇ ସିବିଆଇ ଟିମ୍ ଜାଣିପାରି ଅଚାନକ ଚଢାଉ କରିଥିଲା। ଚଢାଉ ବେଳେ ଗାଡ଼ି ଭିତରୁ କୋଟିଏ ରୁ ଅଧିକ ଟଙ୍କା ଓ ସୁନା ଜବତ ହୋଇଛି। ଏହି ୪ଜଣଙ୍କୁ ସିବିଆଇ ଟିମ୍ ନିଜ ହେପାଜତକୁ ନେଇଛି। ତେବେ ଏତେ ପରିମାଣର ଟଙ୍କା କେଉଁ ଉଦ୍ଦେଶ୍ଯ ରେ ଆସିଥିଲା, ତାହା ଜଣାପଡ଼ି ନାହିଁ।
ଭୁବନେଶ୍ୱର ରୁ ସିଟି ରିପୋର୍ଟର ପ୍ରିୟଙ୍କା ବେହେରାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା ।