ନୟାଗଡ ; ତା-୦୪/୦୧(ବିଏମସି ଟିଭି ଓଡ଼ିଆ)
ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହେଉଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସଡ଼କ ସୁରକ୍ଷା ସଚେତନତା ରଥ ଶୁଭାରମ୍ଭ ହୋଇଥିଲା । ଏହି ରଥ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ଏହି ସଚେତନତା ରଥ ଜନସାଧରଙ୍କ ନିକଟକୁ ପହଞ୍ଚିବା ସହିତ ସମସ୍ତଙ୍କୁ ସଚେତନତା କରାଯିବା ସହିତ ଜାତୀୟ ସଡକ ସୁରକ୍ଷା ଛାୟା ଚିତ୍ର ମାଧ୍ଯମରେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ , ସମସ୍ତ ବ୍ଲକ ଓ ଗ୍ରାମରେ ପ୍ରଦର୍ଶିତ ହେବ। ମୁଖ୍ୟତଃ ହେଲମେଟ ବ୍ୟବହାର କରିବା,ଦ୍ରୁତ ବେଗରେ ଗାଡ଼ି ଚଳାଇବା ନାହିଁ, ଟ୍ରାଫିକ ନିୟମ ପଳାନ କରିବା, ସିଟ ବେଲ୍ଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା , ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ନ ହେବା, ଏହି ପରି ଅନେକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି । ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ନୟାଗଡ଼ ଜିଲ୍ଲା ପାଳ ଙ୍କ ଅନୁମତି କ୍ରମେ ପରିବହନ ସ୍ମାଇଲ ଫାଉଣ୍ଡେସନ ନୟାଗଡ଼ ତରଫରୁ ସୁବାଷ ଚନ୍ଦ୍ର ମହାର୍ଥା,ପାଲା ଗାୟକ ଓ ସାଥୀ ଗଣ ଙ୍କ ସହ ପାଲା ମାଧ୍ୟ ମରେ ସଡ଼କ ସୁରକ୍ଷା ପରିବାର ରକ୍ଷା ବିଷୟରେ ସଚେତନ କରିବା ସହ ଲିଫ ଲେଟ ବଣ୍ଟନ କରାଯାଇ ଥିଲା ଏହି କାର୍ଯ୍ୟକ୍ରମ ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ମେଡିକାଲ ଚ୍ଛକ, ଦୁର୍ଗା ବଜାର ଓ ଶେଷରେ ତ୍ରିନାଥ ବଜ଼ାର ଠାରେ ଜନସାଧାରଣ ଙ୍କୁ ସଚେତନତା ବାର୍ତ୍ତା ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସଂକଳ୍ପ ସାହିତ୍ୟ ସେବା ଅନୁଷ୍ଠାନ ର ଉପସଭାପତି ତଥା ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ପ୍ରାଣ କୃଷ୍ଣ ବେହେରା, ଅବସରପ୍ରାପ୍ତ ଡ଼ଃ ଅନ୍ତର୍ଯ୍ୟାମୀ ଭୂୟାଁ , ବନମାଳୀ ପ୍ରଧାନ, ପ୍ରକୃତି ବନ୍ଧୁ, କବି ତଥା ସାଂସଦ ଙ୍କ ଦଶପଲ୍ଲା ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ଏବଂ ସଂକଳ୍ପ ସାହିତ୍ୟ ସେବା ଅନୁଷ୍ଠାନ ର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିବା ସହିତ ଅଂଶ ଗ୍ରହଣ କରିଥିଲେ।ଦୁଃଖର ବିଷୟ ପାଲା ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା କରାଯାଉଛି କିନ୍ତୁ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟକ୍ରମ ହେଉନାହିଁ। କିଏ ମୋଟର ସାଇକେଲ ରୁ ସାଇଲେନ୍ସ ଖୋଲି ବିକୃତ ଶବ୍ଦ କରୁଛି ତ ଆଉ କିଏ ନିଶା ଖାଇ ତିନି ତିନି ଜଣ ବସି ଯାଉଛନ୍ତି। ଏହା ଉପରେ ପ୍ରଶାସନ ନଜର ଦେବାପାଇଁ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।