ନୟାଗଡ଼ ; ତା-୦୬/୦୧(ବିଏମସି ଟିଭି ଓଡ଼ିଆ)
ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହେଉଛି। ଏହି ସଚେତନତା ଜନସାଧରଙ୍କ ନିକଟରେ ପହଞ୍ଚିବା ସହିତ ସମସ୍ତଙ୍କୁ ସଚେତନତା କରାଯିବାପାଇଁ ପ୍ରଶାସନ ତରଫରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟତଃ ହେଲମେଟ ବ୍ୟବହାର କରିବା,ଦ୍ରୁତ ବେଗରେ ଗାଡ଼ି ଚଳାଇବା ନାହିଁ, ଟ୍ରାଫିକ ନିୟମ ପଳାନ କରିବା, ସିଟ ବେଲ୍ଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା , ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ନ ହେବା, ଏହି ପରି ଅନେକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି ।

ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସୋମବାର ଦିନ ବୃନ୍ଦାବନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା, ନୟାଗଡ ଆରଟିଓ, ଦଶପଲ୍ଲା ପୋଲିସ ଙ୍କ ମିଳିତ ଉଦ୍ୟମ ରେ ସଡ଼କ ସୁରକ୍ଷା ପରିବାର ରକ୍ଷା ବିଷୟରେ ସଚେତନ କରିବା ସହ ଲିଫ ଲେଟ ବଣ୍ଟନ କରାଯାଇ ଥିଲା ଏହି କାର୍ଯ୍ୟକ୍ରମ ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ମହାବୀର ମନ୍ଦିର ଠାରୁ ଆରମ୍ଭ ହୋଇ ମେଡିକାଲ ଚ୍ଛକ, ଦୁର୍ଗା ବଜାର ଓ ଶେଷରେ ତ୍ରିନାଥ ବଜ଼ାର ଠାରେ ଜନସାଧାରଣ ଙ୍କୁ ସଚେତନତା ବାର୍ତ୍ତା ଦିଆ ଯାଇଥିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।