ନୟାଗଡ ; ତା-୧୨/୦୧(ବିଏମସି ଟିଭି ଓଡ଼ିଆ)
ବହୁ ପ୍ରାଚୀନ ବିବେକାନନ୍ଦ ପଠନ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ବାର୍ଷିକ ଉତ୍ସବ ଦିନ ଉଦଘାଟିତ ହୋଇଛି। ଦଶପଲ୍ଲା ଗଣେଶ ବଜ଼ାର ସଂନିକଟରେ ଥିବା ପଠନ କେନ୍ଦ୍ର ଠାରେ ଆୟୋଜିତ ଉତ୍ସବ କୁ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ସଚିବ, ନଗର ଉର୍ନ୍ନୟନ ବିଭାଗ ର ଗଙ୍ଗାଧର ନାୟକ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଚନ୍ଦ୍ରବିଜୟୀ ମିଶ୍ର, ସଂମ୍ମାନିତ ବକ୍ତା ଭାବେ କବି ଅଶୋକ କୁମାର ମଲ୍ଲ ଉପସ୍ଥିତ ଥିଲେ। ଏହି ମଞ୍ଚ କୁ ପରିଚାଳନା କରୁଥିଲେ ସାହିତ୍ୟିକ, କବି ହାଡିବନ୍ଧୁ ମହାକୁଡ଼ ।

ଏଥିସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ପଠନ କେନ୍ଦ୍ରର ସଭ୍ୟ ଶୁଭ୍ରାଂଶୁ ଶେଖର ସୁବୁଦ୍ଧି ଏବଂ ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ବିବରଣୀ ପାଠ କରିବା ସହିତ କୁନିକୁନି ପିଲାମାନେ ପୁଷ୍ପ ଗୁଚ୍ଛ ଦେଇ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା ।ଏହି ପଠନ କେନ୍ଦ୍ର ରେ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ ସହିତ ବିଭିନ୍ନ ପର୍ଯ୍ୟାୟ ରେ ବହୁବିଧ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ। ୧୩ ତାରିଖ ସୋମବାର ଦିନ ଉଦଯାପିତ କାର୍ଯ୍ୟକ୍ରମ ହେବ।ସୂଚନା ଯୋଗ୍ୟ ଯେ ପ୍ରାପ୍ତ ସମୟରେ ଦଶପଲ୍ଲା ର ଆରାଧ୍ୟ୍ୟ ଦେବ ଶ୍ରୀ ମହାବୀର ଙ୍କ ଆଜ୍ଞା ମାଳ ଆଣି ଏକ ଶୋଭାଯାତ୍ରାରେ ବାହାରି ଗଣେଶ ବଜ଼ାର ସ୍ଥିତ ବିବେକାନନ୍ଦ ପଠନ କେନ୍ଦ୍ର ନିକଟକୁ ଆସି ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।