ମଧ୍ଯଖଣ୍ଡ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଉତ୍ତମ ସେବା ପ୍ରଦାନ ନିମନ୍ତେ ପୁରସ୍କୃତ।

ନୟାଗଡ଼ ;ତା-୩୧/୦୩(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ଯଖଣ୍ଡ ଗ୍ରାମର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଟି ବହୁ ପୁରାତନ ବ୍ୟାଙ୍କ। ସେବା କ୍ଷେତ୍ରରେ ଏହି ବ୍ୟାଙ୍କ ଦୀର୍ଘ ବର୍ଷ ହେଲା ଲୋକ ମାନଙ୍କୁ ନିର୍ବିଘ୍ନ ରେ ସେବା ଯୋଗାଇ ଆସିଛି। ଯାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି। ସଠିକ ସେବା ପାଇଁ ଶନିବାର ଦିନ ଦଶପଲ୍ଲା ବ୍ଲକ ତରଫରୁ ପୁରସ୍କାର ପ୍ରଦାନ ପୂର୍ବକ ଟ୍ରଫି ମିଳିଛି। ବିଶେଶତଃ ଏ ଟ୍ରଫି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଉତ୍ତମ ସେବା କ୍ଷେତ୍ର ଲାଗି ମିଳିଅଛି।ଏହା ମଧ୍ୟଖଣ୍ଡ ଗ୍ରାମ ପଞ୍ଚାୟତ ନିମିତ୍ତ ଗର୍ବ ଓ ଗୌରବ ର ଗାଥା ଆଣିଦେଇଛି। ତେବେ ଶନିବାର ଦିନ ମଧ୍ୟଖଣ୍ଡ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରେ କାର୍ଯ୍ୟରତ ସୁଦକ୍ଷ ଓ ସୁ ବ୍ୟକ୍ତିତ୍ୱ ସମ୍ପର୍ଣ ପରିଚାଳକ ସୁବ୍ରତ ଭୋଇ ଙ୍କୁ ଏହି ପୁରସ୍କାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାଶ୍ୱତ ସାହୁ ଙ୍କ ଠାରୁ ଦଶପଲ୍ଲା ବ୍ଲକ ରେ ପ୍ରାପ୍ତ କରିଥିବା ସୂଚନା ମିଳିଛି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *