ମା’ ଗୁମୁଳେଶ୍ୱରୀ ମନ୍ଦିରରେ ଚୈତ୍ର ପୂର୍ଣ୍ଣିମା ପାଳିତ।

ସମ୍ବଲପୁର :ତା.୧୩/୦୪(ବିଏମସି ଟିଭି ଓଡିଆ)

ବନ ପାହାଡ଼ ଘେରା ପ୍ରାକୃତିକ ଶୋଭା ମଣ୍ଡନ କରୁଥିବା ସାମ୍ପଲହରା ନିକଟସ୍ଥ ଗୁମୁଳେଶ୍ୱରୀ ମନ୍ଦିରରେ ଶନିବାର ଚୈତ୍ର ପୂର୍ଣ୍ଣମୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା’ଙ୍କ ପୂଜାର୍ଚ୍ଚନା ସହିତ ଏକ ଯଜ୍ଞ ମଧ୍ୟ ଆୟୋଜିତ ହୋଇଥିଲା।ଏଥିରେ ନରେଶ ପ୍ରଧାନ ଓ ଟିକି ପ୍ରଧାନ ମୁଖ୍ୟକର୍ତ୍ତା ଭାବେ ରହି ସମସ୍ତ ଆୟୋଜନ କରିଥିବା ବେଳେ ଚିତ୍ତ ନେଗୀ ଓ ନବୀନ ଭଇଁସା ସପତ୍ନୀକ ସହ-କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ଯଜ୍ଞରେ ଗୁପ୍ତେଶ୍ୱର ଷଡ଼ଙ୍ଗୀ ଓ ମନ୍ଦିରରେ ଅଶୋକ ଷଡ଼ଙ୍ଗୀ ପୂଜା କର୍ମକାଣ୍ଡ ସମ୍ପାଦନ କରିଥିଲେ। ଏହି ଅବସରରେ ବରଙ୍ଗମାଳ ଓ କୁଲସର୍‌ର ସଂକୀର୍ତ୍ତନ ଦଳ, ବଡ଼ସାହିର ଗ୍ରାମର କୃଷ୍ଣ ଗୁରୁ ଓ ବଲଣ୍ଡା ଗ୍ରାମର ସନ୍ତୋଷ ଧୂରୁଆଙ୍କ ପାଲା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିରେ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ଘେନୁପାଲି ସରପଞ୍ଚ ଜଗତେଶ୍ୱର ମିର୍ଦ୍ଧା ଓ ବାହାମ ସରପଞ୍ଚ ଶ୍ରୀମତୀ ସରସ୍ବତୀ ଭୋସାଗର ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସୁରୁ ମହାନନ୍ଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *