ଶଙ୍ଖେଇ ଗାଁ ରେ ଜୀବନ ସାଥି ଙ୍କୁ ବିବାହ ପରେ ଧୋକା।

ନୟାଗଡ଼ ;ତା-୨୮/୦୬(ବିଏମସି ଟିଭି ଓଡ଼ିଆ)

ଶଙ୍ଖେଇ ଗାଁ ରେ ଏପରି ଘଟଣା ଦେଖିବାକୁ ମିଳିଛି, ଏ ଘଟଣା କୁ ନେଇ ଚର୍ଚ୍ଚା ର ବିଷୟ ହୋଇଥିବାବେଳେ ଧୋକା ଦେଇଥିବା ଆର୍ମି ସ୍ୱାମୀ ସୁନୀଲ ର ଜୀବନ ସାଥି ସୋନାଲି ପ୍ରତିକ୍ରିୟାରଖିଛନ୍ତି। ଘଟଣା ଅନୁଯାୟୀ ଆଜକୁ ୬ବର୍ଷ ତଳେ ଶଙ୍ଖେଇ ଗାଁର ଅଚ୍ୟୁତ ପଲେଇ ଙ୍କ ପୁଅ ସୁନୀଲ। ଦେଉଳ ପଲ୍ଲୀ ପ୍ରହ୍ଲାଦ ପ୍ରଧାନ ଙ୍କ ସାନ ଝିଅ ସୋନାଲି ଙ୍କୁ ବୈଦିକ ରୀତିରେ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତ ରେ ବିବାହ କରିଥିଲେ। ଯୌତୁକ ବାବଦ କୁ ସୋନାଲି ଙ୍କ ପରିବାର ପକ୍ଷରୁ ଟଙ୍କା ଆକାର ରେ ୧ଲକ୍ଷ ୨୦ହଜାର,ଚେନ, ମୁଦି ସହ ଅନ୍ୟାନ୍ୟ ଆସବାବ ପତ୍ର ପ୍ରଦାନ କରାଯାଇଥିଲା । ବିବାହ ର ୧୦ଦିନ ପରେ ସୋନାଲି ବାପ ଘରକୁ ଯାଇ ଥିଲେ। ଫେରିବା ପରେ କୌଣସି କାରଣ ନେଇ ସୁନୀଲ ଓ ସୋନାଲି ଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହୋଇଥିଲା। ଏ ଘଟଣା ପରିବାର ଚାରି କାନ୍ଥ ରୁ ଗ୍ରାମ କମିଟି ରେ ସମାଧାନ ପାଇଁ ପହଂଚି ଥିଲା, କିନ୍ତୁ ସମାଧାନ ହୋଇ ନଥିଲା। ବହୁବାର ସମସ୍ୟା ହବା ପରେ ସୁନୀଲ ଙ୍କ ପକ୍ଷରୁ ସୋନାଲି ଙ୍କ ପାଇଁ ଆରମ୍ଭ ହୋଇଥିଲା ନିର୍ଯାତନା, ଏହାକୁ ନେଇ ସୁନୀଲଓ ତାଙ୍କ ବାପାସୋନାଲି ଙ୍କ ବିରୁଦ୍ଧରେ କୋଟ ର ଆଶ୍ରୟନେଇ ଥିଲେ। କୋଟ ନିର୍ଦେଶ ଅନୁଯାୟୀ ସୋନାଲି ସୁନୀଲ ଙ୍କ ପାଖରେ ରହିବା ପାଇଁ ନିର୍ଦେଶ ଦେଇଥିଲେ କିନ୍ତୁ ଏହାକୁ ସହଜ ଭାବେ ସୁନୀଲ ଗ୍ରହଣ କରିପାରିନଥିଲେ। ସୁନୀଲ ଓ ତାଙ୍କ ବାପା ଓ ପରିବାର ମିଶି ଆରମ୍ଭ କରି ଥିଲେ ସୋନାଲି ଙ୍କ ଉପରେ ନିର୍ଯାତନା। ଘରେ ମଧ୍ୟ ସୋନାଲି ରହିବା ପାଇଁ ଜାଗା ଦେଇ ନଥିଲେ।ଏଥିରୁ ରକ୍ଷା ପାଇଁ ସୋନାଲି ଚାଲି ଯାଇ ଥିଲେ ବାପ ଘରକୁ।ସୁନୀଲ ଏ ଘଟଣା କୁ ନେଇ ସୋନାଲି ଙ୍କ ବିରୁଦ୍ଧରେ ହାଇକୋଟ ର ଦ୍ୱାରସ୍ତ ହୋଇ ଥିବା ଶୁଣିବାକୁ ମିଳିଥିବା ବେଳେ, ବିବାହ ପର ଠାରୁ ସୋନାଲି ଦେଉଳ ପଲି ସ୍ଥିତ ବାପ ଘରେ ରହୁଥିବା ଶୁଣିବାକୁ ମିଳିଛି। କିନ୍ତୁ ରୋଚକ କଥା ହେଉଛି, ସେପଟେ କୋଟ ର ମାମଲା ଚାଲିଥିବା ବେଳେ ସୁନୀଲ ଦ୍ୱିତୀୟ ବିବାହ କରିବା ପାଇଁ ଠିକ କରିଥିବା ବେଳେ ଏ କଥା ଶୁଣି ସତ ମିଛ ଜାଣିବା ପାଇଁ ସୋନାଲି ଇଟାମାଟି ଥାନା ର ଦ୍ୱାରସ୍ତ ହୋଇ ନିଜର ସମ୍ପର୍କୀୟ ଙ୍କ ସହ ଦୀର୍ଘ ୬ବର୍ଷ ପରେ କାଳେ ସ୍ୱାମୀ ସୁନୀଲ ଦ୍ୱିତୀୟ ବିବାହ କରିବେ ତାକୁ ନେଇ ଶଙ୍ଖେଇ ଗ୍ରାମରେ ନିଜ ଶାଶୁ ଘରକୁ ନିଜ କବ୍ଜା ରେ ରଖି ଜଗି ରହିଥିବା ଦେଖିବାକୁମିଳିଛି। ସବୁଠୁ ବଡ଼କଥା ହେଉଛି ସୋନାଲି ଶାଶୁ ଘରକୁ ଜଗି ରହିଥିବା ବେଳେ ସ୍ୱାମୀ ସୁନୀଲ, ଶାଶୁ, ଶଶୁର ଓ ପରିବାର ଲୋକେ ସେଠୁ ଫେରାର ଥିବା ଜଣା ପଡିଛି।ଏପଟେ ସୋନାଲି ଶାଶୁ ଘରେ ଏକା ରହି ସଙ୍ଘର୍ଷ କରୁଥିବା ବେଳେ ଇଟାମାଟି ପୋଲିସ ନ୍ୟାୟ ଦେବାରେ ବିଫଳ ହୋଇଛି।ତେବେ ସମୟ କହିବ କେବେ ସୋନାଲିକୁ ନ୍ୟାୟ ମିଳୁଛି।

ନୟାଗଡ଼ ରୁ ବିକ୍ରମ ସ୍ଵାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *