ନୟାଗଡ଼ ; ତା-୨୮/୧୨(ବିଏମସି ଟିଭି ଓଡ଼ିଆ)
ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ତ କାଣ୍ଡପଡ଼ା ଗ୍ରାମ ପଞ୍ଚାୟତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନୟାଗଡ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବା ସହିତ ଚାଷ ଜମିରେ ଆଣ୍ଠୁଏ ଯାଏଁ ପାଣି ଜମି ରହି ଥିବାରୁ ହଜାର ହଜାର ହେକ୍ଟର ଚାଷୀ ଜମି ରେ ଧାନ ଗଜା ହେବା ସହ ଧାନ ସବୁ ପଚି ନଷ୍ଟ ହୋଇଛି। ଯାହାଫଳରେ ଚାଷୀର ବର୍ଷ ଯାଙ୍କର ଦାନା ପାଣି ବୁଡି ଯାଇଛି।

ଏହାକୁ ନେଇ ଗତକାଲି ବିଜଜନତା ଦଳ ପକ୍ଷରୁ ଚାଷୀମାନଙ୍କ ହକ ପାଇଁ ନୟାଗଡରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଚାଷୀଙ୍କୁ ସହାୟତା ଦେବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ବିଜୁଜନତା ଦଳର ବିକ୍ଷୋଭ ୧୨ଘଣ୍ଟା ନ ପୂରୁଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ ରଣପୁର ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ପାଇଁ ଆସିଥିଲେ କିନ୍ତୁ ଫଳ ସବୁ ଶୂନ, ଖାଲି ମିଛରେ ଆସି ବାହାସ୍ପଷ୍ଟ ମାରିବା ସହିତ ଫଟୋ ଉଠେଇ ଚାଷୀଙ୍କୁ ମିଛ ପ୍ରତିଶୃତି ଦେଇ ଚାଲିଗଲେ।

ଯାହାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ଦେଖାଯାଇଛି। ସେପଟେ କିଛି ଚାଷୀ ନଷ୍ଟ ହୋଇଥିବା ଧାନ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଶୁଣି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏବଂ ଯଦି ୨ଦିନ ଭିତରେ ସରକାର ଚାଷୀଙ୍କ କଥା ନ ଶୁଣନ୍ତି ତେବେ ଦୁଇଦିନ ଭିତରେ ଚାଷୀ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

ନୟାଗଡ଼ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।