ନୟାଗଡ଼ ;ତା-୦୪/୦୪(ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ସ୍ଥିତ ମୈତ୍ରୀ ମଣ୍ଡପ ଠାରେ ଦଶପଲ୍ଲା ବ୍ଲକ୍ ର ପୁରୋହିତ ବ୍ରାହ୍ମଣ ମାନଙ୍କୁ ନେଇ ସି୩ ଦ୍ଵାରା ଦିନିକିଆ ବାଲ୍ୟ ବିବାହ ନିଷେଧ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁକ୍ଷ୍ୟ ଅତିଥି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ସଂଯୁକ୍ତା ସାମଲ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ସି୩ ସଂସ୍ଥା ର ନୟାଗଡ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସୁକେଶ ମ୍ରିଧା ଯୋଗ ଦେଇଥିଲେ।ଉକ୍ତ କାର୍ଯକ୍ରମ ରେ ବାଲ୍ୟବିବାହ ର କାରଣ, ନିରାକରଣ ସହିତ ଏହାର କୁ ପରିଣାମ ବିଷୟ ରେ ଆଲୋଚନା କରାଯାଇଥିଲା।ବାଲ୍ୟବିବାହ ଆଇନ ୨୦୦୬ ରେ ଥିବା ଦଣ୍ଡବିଧାନ ପ୍ରାବଧାନ ବିଷୟରେ ବିଶେଷ ଭାବରେ ଆଲୋକପାତ କରା ଯାଇଥିଲା।

ବିବାହ କାର୍ଯ୍ୟରେ ବ୍ରାହ୍ମଣ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେମାନଙ୍କ ସହଯୋଗରେ କିପରି ଭାବେ ବାଲ୍ୟ ବିବାହ ରୋକାଯାଇ ପାରିବ ଉକ୍ତ ଶିବିରରେ ଉପସ୍ଥିତ ଥିବା ୨୦ଜଣ ବ୍ରାହ୍ମଣ ମାନଙ୍କ ସହ ଆଲୋଚନ ରଖାଯାଇଥିଲା। ପରିଶେଷରେ ବାଲ୍ୟ ବିବାହ କୁ ରୋକିବା ପାଇଁ ଶପଥ ପାଠ କରାଯାଇଥିଲା. ଏହି କାର୍ଯ୍ୟକ୍ରମଟିକୁ ସି୩ ର ଦଶପଲ୍ଲା ବ୍ଲକ୍ ସଂଯୋଜକ ସୁଭାଶିଷ ମିଶ୍ର ଆୟୋଜନ କରିଥିବା ବେଳେ ଗଣିଆ ବ୍ଲକ୍କ ସଂଯୋଜିକା ସ୍ଵତିରେଖା ଦାସ ସହଯୋଗ କରିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।