ଚିତ୍ରକୋଣ୍ଡା ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଯୋଗଦାନ।

ମାଲକାନଗିରି ;ତା-୨୫/୦୨(ବିଏମସି ଟିଭି ଓଡ଼ିଆ)

ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବରେ ନୂତନ ଭାବରେ ଯୋଗଦେଲେ ପ୍ରଦୋଷ ପ୍ରଧାନ । ପୂର୍ବରୁ ନୂଆପଡା ଜିଲ୍ଲା ରେ କାର୍ଯ୍ୟରତ ଥିବା ସମୟରେ ବର୍ତ୍ତମାନ ବାଲିମେଳାସ୍ଥିତ ଚିତ୍ରକୋଣ୍ଡା ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗଦାନ କରିଛନ୍ତି । ପ୍ରଧାନ ୭ମ ବ୍ୟାଚ ର ହୋଇଥିବା ବେଳେ ୨୦୨୨ ରେ କାର୍ଯ୍ୟରେ ଯୋଗ ଦେଇଥିଲେ । ସେ କହିବା ଅନୁସାରେ ଚିତ୍ରକୋଣ୍ଡା ଉପଖଣ୍ଡର ଆଇନି ଶୃଙ୍ଖଳା କୁ ନିୟମିତ କରିବା ସହିତ ଅମାନିଆ ଗାଡି ଡ୍ରାଇଭର , ଓ ବିଭିର୍ଣ୍ଣ ପ୍ରକାର ବେଆଇନି କାର୍ଯ୍ୟକଳାପ ଉପରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି କହିଥିଲେ । ଏହା ପୂର୍ବରୁ ଆଲେକ୍ସସିୟସ କିସପୋଟା ଏହି ପଦପିରୁ ବଦଳି ହୋଇ ଭୁବନେଶ୍ୱର ସ୍ଥିତ ଆଇଟି ସେଲ ର ଡି ଏସ ପି ଭାବରେ ଯୋଗ ଦେଇଥିବାର ସୂଚନା ମିଳିଛି ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *