ମଧ୍ୟଖଣ୍ଡ ବିଜେପି ମଣ୍ଡଳ ସଭାପତି ଭାବେ ଭାଗ୍ୟଲକ୍ଷ୍ମୀ ଦାଶ ମନୋନୀତ।

ନୟାଗଡ଼ ; ତା-୦୬/୦୧(ବିଏମସି ଟିଭି ଓଡ଼ିଆ)

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜଣେ ମହିଳା ଚେହେରା ଉପରେ ଭରସା କରିଛି ଦଳ । ଦଶପଲ୍ଲା ବ୍ଳକର ମଧ୍ଯଖଣ୍ଡ ମଣ୍ଡଳ ସଭାପତି ଭାବେ ଘୋଳାହାଣ୍ଡି ଗ୍ରାମର ଭାଗ୍ୟଲକ୍ଷ୍ମୀ ଦାଶ ଙ୍କୁ ମନୋନୀତ କରିଛି ବିଜେପି । ଏ ନେଇ ଦଳ ତରଫରୁ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବିଜେପି ଜିଲ୍ଲା ନିର୍ବାଚନ ଅଧିକାରୀ ପବିତ୍ର ଦାସଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲାରେ ଗତ ୪ ତାରିଖରେ ମଣ୍ଡଳ ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଦୈାଡ ରେ ଶ୍ରୀମତି ଦାଶ ସଭାପତି ପଦ ହାତେଇ ନେଇଛନ୍ତି । ତେବେ ଉକ୍ତ ଖବର ପାଇବା ପରେ ଦାଶ ଉଭୟ ଜିଲ୍ଲା ନେତୃ ମଣ୍ଡଳ ଏବଂ ରାଜ୍ୟ ନେତୃ ମଣ୍ଡଳଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ ଦାଶ ସଭାପତି ପଦବୀ ପାଇବା ପରେ ଗଣିଆ ବିଜେପି ଶିବିରରେ ଖୁସିର ଲହରୀ ଖେଳି ଯାଇଛି ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ    ଓଡ଼ିଶା।

Leave a Reply

Your email address will not be published. Required fields are marked *