ଚାଷୀ ଙ୍କୁ କ୍ଷତି ପୂରଣ ଦାବୀ।

ନୟାଗଡ  ; ତା-୨୩/୧୨(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ତହସିଲ ଠାରେ  ଓଡ଼ିଶା କୃଷକ ସଭା ଦଶପଲ୍ଲା ବ୍ଲକ କମିଟି ପକ୍ଷରୁ ଶତାଧିକ ଚାଷୀ  ଅଦିନିଆ ବର୍ଷାରେ ଧାନ ଓ ରବି ଫସଲ ପନିପରିବା କ୍ଷତିହୋଇ ଚାଷୀ ଚିନ୍ତାରେ ଥିବା ବେଳେ ଧାନ କିଣିବା ପାଇଁ ମଣ୍ଡି ଖୋଲା ଯାଉନାହିଁ ।ବରଗଡ଼ ବଲାଙ୍ଗିର କଟନୀ ଛଟନୀ ଲାଗି ଚିନ୍ତାରେ ଚାଷୀ ଅଛନ୍ତି । ଏଣୁ ଓଡ଼ିଶା କୃଷକ ସଭା ଦଶପଲ୍ଲା ବ୍ଲକ କମିଟି ପକ୍ଷରୁ ଦୃଢ ଦାବି କରି  ଦଶପଲ୍ଲା ଅତିରିକ୍ତ ତହସିଲ ଦାରଙ୍କୁ ଦାବି ପତ୍ର ଦିଆ ଯାଇଛି। ମୁଖ୍ୟତଃ ଧାନର ମାନ କୋହଳ କରି ଶୀଘ୍ର ଧାନ କିଣା,ଯଥା ଶୀଘ୍ର ବର୍ଷାରେ କ୍ଷତି ହୋଇଥିବା ଧାନ ଓ ରବି ଫସଲର କ୍ଷତି ପୂରଣ କରିବା,କୃଷି ଋଣ ଛାଡ କରିବା, ଭାଗ ଚାଷୀଙ୍କୁ ଚିହ୍ନଟ କରି କ୍ଷତି ପୂରଣ ଆଦି ଦାବୀ ମାନ ଉଲେଖ ରହିଛି। ସମ୍ପାଦକ ଗଣେଶ୍ୱର ନାୟକ ଓ ସଭାପତି ବ୍ରଜ ବନ୍ଧୁ ପ୍ରଧାନ ଙ୍କ ନେତୃତ୍ବ ରେ ଏହି ଦାବିପତ୍ର ଦିଆଯାଇଛି।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *