ଗଜପତି ;ତା-୦୯/୦୪(ବିଏମସି ଟିଭି ଓଡ଼ିଆ)
ଓଡ଼ିଶା ପକ୍ଷ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ। ଓଡ଼ିଆ ପକ୍ଷ ପାଳନର ଅବସରରେ ପ୍ରତ୍ୟେକ ନାଗରିକ ଓ ବ୍ୟକ୍ତି ବିଶେଷଙ୍କୁ ଅନୁରୋଧ କରିବା ସହ ଆଗ୍ରହ ପ୍ରକାଶ କରିଥିଲେ ” ଆସ ବହିଟିଏ କିଣିବା ” ଆମ ମାତୃଭାଷା ଆମ ସ୍ବାଭିମାନକୁ ବଳବତ୍ତର ରଖି ଓଡ଼ିଆ କବି, କବୟିତ୍ରୀ , ପ୍ରାବନ୍ଧିକ,ଲେଖକ ଙ୍କୁ ଉତ୍ସାହିତ କରିବା ଓଡ଼ିଆ ରେ ନୂତନ ସୃଷ୍ଟିର ଆବିଷ୍କାର ସହ ନୂତନ ପାଠକ ପାଠିକା ନିର୍ମାଣ କରି ସମାଜକୁ ଦିଗଦର୍ଶନ ପ୍ରଦାନ କରିବାରେ ସହାୟକ ହେବା । ଏଥି ନିମନ୍ତେ ଆପଣମାନଙ୍କ ପାଇଁ ଜିଲ୍ଲପାଳଙ୍କ କାର୍ଯ୍ୟଳୟ ପରିସର ମଧ୍ୟରେ ପୁସ୍ତକ କିଣିବା ପାଇଁ ବ୍ୟବସ୍ଥା କରାଯାଇଅଛି ।
ଗଜପତି ରୁ ମନୋଜ କୁମାର ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।