ରେମତାରେ ବ୍ୟଙ୍ଗ କବି ସମ୍ମିଳନୀ।

ସମ୍ବଲପୁର ;ତା-୨୭/୦୨(ବିଏମସି ଟିଭି ଓଡିଆ)

ବରପାଲି ଅନ୍ତର୍ଗତ ରେମତା ଶୈବାଳୟରେ ପବିତ୍ର ଜାଗର ଯାତ୍ରା ଅବସରରେ ଯାତ୍ରା କମିଟି ପକ୍ଷରୁ ବ୍ୟଙ୍ଗ କବି ସମ୍ମିଳନୀ ଆୟୋଜିତ ହୋଇଥିଲା l ନାଟ୍ୟଶ୍ରୀ ହର୍ଷ ବେହେରାଙ୍କ ସଂଯୋଜନାରେ ପରିଚାଳିତ ସମ୍ମିଳନୀରେ କବି ବିପ୍ର ଚରଣ ସାହୁ, ଘନଶ୍ୟାମ ମେହେର ଓ ସୁରେନ୍ଦ୍ର ପଧାନ ପ୍ରମୁଖ ଯୋଗ ଦେଇ ହାସ୍ୟରସାତ୍ମକ ଓ ବ୍ୟଙ୍ଗୀୟ ଢଙ୍ଗରେ ଅବାଟିଆ ମଣିଷର ଭାବନାକୁ ସୁଧାରିବା ପାଇଁ ପ୍ରଚେଷ୍ଟା କରିଥିଲେ । ଉପସ୍ଥିତ ଶ୍ରୋତା ବେଶ୍ ଉପଭୋଗ କରିଥିଲେ। ଅନୁଷ୍ଠିତ ଏହି ସମ୍ମିଳନୀରେ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ଯାତ୍ରା କମିଟି ସଭାପତି ଧିରୋଜ ପଧାନ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *