ସମ୍ବଲପୁର ;ତା-୨୬/୦୧(ବିଏମସି ଟିଭି ଓଡିଆ)
ସମ୍ବଲପୁର ସ୍ଥିତ ଶୋଭନୀୟ ଶିକ୍ଷାଶ୍ରମରେ ସାଧାରଣତନ୍ତ୍ର ଦିବସ ଦିବସ ପାଳିତ ହୋଇଯାଇଛି। ସାମାଜିକ କର୍ମୀ ଡା.ରାଜାରାମ ଷଡ଼ଙ୍ଗୀ ମୁଖ୍ୟଅତିଥି ଓ ଶ୍ରୀମତୀ ସ୍ନେହବାଳା ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମିଳିତ ଭାବେ ପତାକା ଉତ୍ତୋଳନ କରି ଦେଶ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଶ୍ରେଷ୍ଠ ଭାରତ ପାଇଁ ସମ୍ଭିଧାନର ସୁରକ୍ଷା ଓ ଗଣତନ୍ତ୍ରକୁ ଅକ୍ଷୁର୍ଣ୍ଣ ରଖିବାକୁ ବିଦ୍ୟାର୍ଥୀ ମାନଙ୍କ ଭୂମିକା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ଶିକ୍ଷାଶ୍ରମର ଅଧ୍ୟକ୍ଷ ଅକ୍ଷୟ ଶତପଥୀ ପରିଚଳନା କରିଥିଲେ। ଏହି ଅବସରରେ ଶିକ୍ଷାଶ୍ରମର ବିଦ୍ୟାର୍ଥୀମାନେ ବକୃତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।