ପ୍ରସୂତୀ ମହିଳାଙ୍କ ଠାରୁ ଅର୍ଥ ଦାବୀ ନେଇ ଅଭିଯୋଗ।

ସମ୍ବଲପୁର ;ତା-୧୦/୧୨(ବିଏମସି ଟିଭି ଓଡିଆ)

ବରପାଲି ସରକାରୀ ଡାକ୍ତରଖାନାରେ ଜଣେ ପ୍ରସୂତୀ ମହିଳାଙ୍କ ଠାରୁ ଅର୍ଥ ଦାବୀ କରିବା ପରି ଏକ ଗୁରୁତର ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ବରପାଲିର ୱାର୍ଡ ନମ୍ୱର୍ ୩ ର ଜନୈକ ବାସିନ୍ଦା ଇଦ୍ରିଶ ଖାଁ ତାଙ୍କ ପତ୍ନୀ ଜସ୍ମିନ ଖାଁ ଙ୍କୁ ବରପାଲି ସରକାରୀ ଡାକ୍ତରଖାନାରେ ପ୍ରସୂତୀ ବିଭାଗରେ ଭର୍ତ୍ତି କରିବା ପରେ ତାଙ୍କର ଅସ୍ତ୍ରୋପଚାର କରି ଡାକ୍ତର ପ୍ରସବ କରାଇଥିଲେ । ହେଲେ ଏହା ପରେ ସେଠାରେ କାର୍ଯ୍ୟରତ ନର୍ସ ତଥା ଆଉ ଜଣେ କର୍ମଚାରୀ ତାଙ୍କ ଠାରୁ ଦୁଇ ହଜାର ଟଙ୍କା ଦାବୀ କରି ନେଇଥିଲେ ଆଉ ଡିସ୍‌ଚାର୍ଜ୍ କରିବା ପାଇଁ ପୁଣି ପାଞ୍ଚ ଶହ ଟଙ୍କା ଦାବୀ କରିଥିଲେ । ଏନେଇ ମହିଳାଙ୍କ ପରିବାର ଲୋକେ ସ୍ଥାନୀୟ ଡ଼ାକ୍ତରଖାନା ମୁଖ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ସେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ପରେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ସ୍ଥାନୀୟ ମୁଖ୍ୟ ଗତ ୭ ତାରିଖ ରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସେ ସମୟରେ କାର୍ଯ୍ୟରତ କୌଣସି କର୍ମଚାରୀ ସେପରି କିଛି ଅର୍ଥ ଦାବୀକରି ନାହାଁନ୍ତି ବୋଲି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ହେଲେ ତାଙ୍କ କର୍ମଚାରୀଙ୍କ ଦୋଷକୁ ସ୍ଥାନୀୟ ଅଧିକାରୀ ଘଣ୍ଟ ଘୋଡ଼ାଉ ଥିବା ଅଭିଯୋଗ କରିବା ସହ ଏହା ର ନିରପେକ୍ଷ ତଦନ୍ତ କରି ଦୋଷୀ କୁ ଦଣ୍ଡ ଦେବା ପାଇଁ ଦାବୀ କରିଛନ୍ତି । ଅନ୍ୟ ପକ୍ଷରେ ବରପାଲି ଡାକ୍ତରଖାନା ବିରୋଧରେ ଏପରି ବାରମ୍ବାର ଅଭିଯୋଗ ହୋଇଆସୁଛି । ବହୁ ଅଭିଯୋଗ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରେ ହେଉଥିଲେ ମଧ୍ୟ ଅବସ୍ଥା ସୁଧୁରି ପାରୁନାହିଁ । ଏଠାରେ ପ୍ରକାଶ ଯୋଗ୍ୟ ଯେ ବରପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ବରପାଲି ବ୍ଲକ ସମେତ ରାମପୁର, ବିଜେପୁର, ଡୁଙ୍ଗୁରିପାଲି ଆଦି ଅଞ୍ଚଳବାସୀ ମଧ୍ୟ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି ।


ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *