ସମ୍ବଲପୁର :ତା.୨୭/୦୩(ବିଏମସି ଟିଭି ଓଡିଆ)
ବରପାଲିର ଅନ୍ୟତମ ଶିକ୍ଷାନୁଷ୍ଠାନ ଫାର୍ମାସୀ କଲେଜ ଦୀର୍ଘ ୩୮ ବର୍ଷ ହେଲା ତତ୍କାଳୀନ ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଉଦ୍ୟମରେ ସ୍ଥାପନ କରାଯାଇଥିଲା । ଏହା ବର୍ତ୍ତମାନ ସର୍ବୋଚ୍ଚ ସ୍ଥାନ ଅଧିକାର କରି ସୁନାମ ଅର୍ଜନ କରିଛି । ମାତ୍ର ବିଡ଼ମ୍ବନାର ବିଷୟ ଯେ ବେଶ୍ କିଛିବର୍ଷ ହେବ କଲେଜ ପରିଚାଳନା କମିଟିରେ ବର୍ତ୍ତମାନର ଚେୟାରମ୍ୟାନ୍ ପ୍ରଚ୍ଛଦ ପଟୁ ପ୍ରବେଶ କରିବା ସହ ନିଜକୁ ଅଧିଷ୍ଠିତ କରି ଶାସନ ଚଳାଇଥିବା ଅଭିଯୋଗ କରାଯାଇଛି । ଯାହାକି ତାଙ୍କର ଅନୁଶାସନରେ ଯେପରି ଶିକ୍ଷାନୁଷ୍ଠାନଟି ନିଜର ବ୍ୟକ୍ତିଗତ ସମ୍ପତ୍ତି ବୋଲି ଖୋଲ କରିଚାଲିଛନ୍ତି । ଏପରିକି କଲେଜର କୋଟିକୋଟି ଟଙ୍କାର ଆର୍ଥିକ ଅନିୟମିତତା କରାଯାଇଥିବା କଲେଜର ୩୨ଜଣ କର୍ମଚାରୀ ଲିଖିତ ଭାବେ ବରଗଡ଼ ଜିଲ୍ଲାପାଳ, ବରପାଲି ବୁଦ୍ଧିଜୀବୀ, ସାମ୍ବାଦିକ ଓ ବହୁ ଅନୁଷ୍ଠାନକୁ ପ୍ରେରିତ କରିଛନ୍ତି । ଯାହାକି ଏହାର ସୁନାମ ପରିବର୍ତ୍ତେ ଦୁର୍ନାମ ହେବାରେ ଲାଗିଛି । ଅନ୍ୟପକ୍ଷରେ ଫାର୍ମାସୀ ଶିକ୍ଷା ବିଷୟରେ ଅଭିଜ୍ଞତା ନଥିବା କେତେକ ବ୍ୟକ୍ତି କଲେଜ ପରିଚାଳନା କମିଟିରେ ସଦସ୍ୟ ରହିଥିବା ଏବଂ ନିର୍ଦ୍ଦେଶକ ଡ.ରଜ୍ଞନ କୁମାର ସାହୁଙ୍କ ମିଳିତ ସହଯେlଗରେ ହେଉଥିବା ଅଭିଯୋଗ ହେଉଛି । ସେହିପରି AICTE ନିୟମକୁ ବେଖାତିର କରି କେତେକ ସରକାରୀ କର୍ମଚାରୀ ଏହି କଲେଜର ସଦସ୍ୟ ଥିବା ଜଣାଯାଇଛି । ଅନ୍ୟପକ୍ଷରେ ପରିଚାଳନା କମିଟିର ନିର୍ବାଚନ ତିନି ବର୍ଷରେ ଥରେ ହେବାର ନିୟମ ଥିଲେ ମଧ୍ୟ ତାକୁ ସ୍ଥାୟୀ ରୂପରେ ଚିତ୍ରଣ କରି ଏହାର ଉଲଙ୍ଘନ କରାଯାଉଛି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବିହେଉଛି ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।