କେନ୍ଦୁଝର ;ତା-୨୧/୦୩(ବିଏମସି ଟିଭି ଓଡ଼ିଆ)
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ନାରଙ୍ଗପୁର ଗାଁ ର ମହିଳାମାନେ ଆଜି ନାରଙ୍ଗପୁର ଛକ ଠିରେ ରାସ୍ତା ରୋକ କରିଛନ୍ତି ।ଗ୍ରାମ୍ଯଜଳ ଯୋଗାଣ ବିଭାଗ ତରଫରୁ ପାଇପ୍ ଯୋଗେ ଗାଁ କୁ ଯୋଗାଯାଇଛି ପିଇବା ପାଣି ।ହେଲେ ଦିର୍ଘ ଆଠଦିନ ହେବ ନିୟମିତ ଭାବେ ଦିନକୁ ୨ଥର ପାଇପ୍ ରେ ପାଣି ଆସୁନାହିଁ ା ଫଳରେ ଲୋକେ ପିଇବା ପାଣି ପାଇଁ ଅନେକ ସମସ୍ଯାର ସମ୍ମୁଖୀନ ହେଉଛନ୍ତି। ଶେଷରେ ବାଧ୍ଯହୋଇ ଆଜି ରାସ୍ତା ରେକ କରିଥିବା କହିଛନ୍ତି ।ରାସ୍ତା ରୋକ ଯୋଗଁ ସେହି ବାଟଦେଇ ଯାତାୟତରେ ସମସ୍ଯା ଦେଖା ଦେଇଛି । ଯେ ପର୍ଯ୍ଯନ୍ତ ପାଣି ସମସ୍ଯାର ସମାଧାନ ନହୋଇଛି ସେ ପର୍ଯ୍ଯନ୍ତ ରାସ୍ତାରୋକ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ମହିଳା ।ତେବେ ଦିର୍ଘ ସମୟ ଧରି ରାସ୍ତାରୋକ ହୋଇଥିଲେ ମଧ୍ଯ ବିଭାଗ କିମ୍ବା ପ୍ରଶାସନ ତରଫରୁ କାହାରି ଦେଖା ଦର୍ଶନ ମିଳିନଥିବା ଅଭିଯୋଗ ହୋଇଛି।
କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।