ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗରେ ଶୋକସଭା।

ବେଲଗୁଣ୍ଠା ;ତା-୨୫/୦୩(ବିଏମସି ଟିଭି ଓଡ଼ିଆ)

ବେଲଗୁଣ୍ଠା ସ୍ଥିତ ନୋଡାଲ ଜି ଟି ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ନିବେଦିତା ପାଲକ୍ ଙ୍କର ଅକାଳ ବିୟୋଗରେ ବିଦ୍ୟାଳୟରେ ଶୋକସଭା ପାଳନ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ ପଟ୍ଟନାୟକ ,ବିଦ୍ୟାଳ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ , ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଓ ସଭ୍ୟ ସଭ୍ୟା ଏବଂ ଛାତ୍ରଛାତ୍ରୀମାନେ ସ୍ଵର୍ଗତ ପାଲକ୍ ଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ସମସ୍ତଙ୍କୁ ବହୁତ୍ ଭଲ ପାଉଥିବା ସ୍ଵର୍ଗତ ପାଲକ୍ ଙ୍କ ର ଏହି ବିଦ୍ୟାଳୟ ପ୍ରତି ଥିବା ଅବଦାନ ଗୁଡ଼ିକ ବିଷୟରେ ଆଲୋଚନା କରିବା ସହିତ କର୍ମକ୍ଷେତ୍ରରେ ଥିବା ସମର୍ପଣ ଭାବନା ବିଷୟରେ ସିଆରସିସି ମନୋଜ ପଟ୍ଟନାୟକ ଆଲୋକପାତ କରିଥିଲେ। ଦୀର୍ଘ ୧୯ ବର୍ଷ ଧରି ଏହି ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହିତ ବହୁତ ଛାତ୍ରଛାତ୍ରୀଙ୍କର ଉନ୍ନତ ଭବିଷ୍ୟତ ଗଢିବାରେ ସହାୟକ ହୋଇଥିଲେ । ପିଲାମାନଙ୍କର ପାଠପଢା ଠିକ୍ ରେ ହେବା ସହିତ ବିଜ୍ଞାନ ପ୍ରାକ୍ଟିକାଲ୍ କ୍ଲାସ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସେ ସବୁବେଳେ ଆଗୁଆ ଥିଲେ ।ପିଲାମାନଙ୍କୁ ସବୁବେଳେ ନୀତିଶିକ୍ଷା ସହିତ ସାଧାରଣ ଜ୍ଞାନ ଏବଂ କୁଇଜ୍ କାର୍ଯ୍ୟକ୍ରମରେ ଯୋଡ଼ି ରଖିବାରେ ତାଙ୍କର ଭୂମିକା ଥିଲା ଅନନ୍ୟ।ନିଜର ଉତ୍ତମ ପରିଚାଳନା କୌଶଳ ମାଧ୍ୟମ ରେ ବ୍ଲକ ସ୍ତରରେ ସେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିବା ସହିତ ନିଜର ଉଦାର ଓ ମେଳାପି ମନୋଭାବ ପାଇଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଉପସ୍ଥିତ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଅଶ୍ରୁଳ ନୟନରେ ଏହି ସଭାରେ ଯୋଗଦେବା ସହିତ ସ୍ଵର୍ଗତ ପାଲକ୍ ଙ୍କର ସ୍ମୃତି ଚାରଣ କରିଥିଲେ । ତାଙ୍କର ବିଭିନ୍ନ ମାନବୀୟ ମହାନ୍ ଗୁଣ ଗୁଡ଼ିକୁ ନିଜର ଦୀନଚର୍ଯ୍ୟାରେ ଅନୁସରଣ କରିପାରିଲେ , ସେ ଆମ ପାଖରେ ଅମର ହୋଇ ରହିପାରିବେ ବୋଲି ପ୍ରଧାନ ଶିକ୍ଷୟତ୍ରୀ ନିଜର ଅଭିଭାଷଣ ରେ ପରିପ୍ରକାଶ କରିଥିଲେ ।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *