ବିଶିଷ୍ଟ ସମାଜସେବୀ ତଥା ସମ୍ବଲପୁର ରେଡକ୍ରସ ସୋସାଇଟିର ସମ୍ପାଦକ ଜୟ ଜର୍ଜଙ୍କ ବିୟୋଗରେ ସବୁ ମହଲରେ ଶୋକ ପ୍ରକାଶ



ସମ୍ବଲପୁର:ତା.୧୧/୦୬(ବିଏମସିଟିଭି ଓଡିଆ)



ବିଶିଷ୍ଟ ସମାଜସେବୀ ତଥା ସମ୍ବଲପୁର ରେଡକ୍ରସ ସୋସାଇଟିର ସମ୍ପାଦକ ଜୟ ଜର୍ଜ ଆଉ ନାହାଁନ୍ତି। ସ୍ୱର୍ଗତ ଜୟ ଜର୍ଜ ଓଡିଶା ପ୍ରଶାସନିକ ସେବାରୁ ଅବସର ଗ୍ରହଣ ପରଠାରୁ ରେଡକ୍ରସ ସୋସାଇଟିର ସାଂଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସେ ୧୯୪୬ ମସିହା ଅକ୍ଟୋବର ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ କେରଳର ସନାତନ ଧର୍ମ ବିଦ୍ୟାଶାଳାରେ ଅଧ୍ୟୟନ କରିଥିଲେ। ୨୦୧୮ ମସିହାରେ ତାଙ୍କୁ ଶ୍ରେଷ୍ଠ ବରିଷ୍ଠ ନାଗରିକ ଭାବରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ସମ୍ମାନୀତ କରାଯାଇଥିଲା। ସେ ଜଣେ ସରଳ, ମେଳାପୀ ଓ ପରୋପକାରୀ ଭଦ୍ରବ୍ୟକ୍ତି ଭାବେ ସବୁ ମହଲରେ ଜଣାଶୁଣା ଥିଲେ। ତାଙ୍କ ସମୟରେ ସମ୍ବଲପୁର ଜିଲ୍ଲା ରେଡ଼କ୍ରସ ସୋସାଇଟିର ସଭ୍ୟ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ତାଙ୍କ ବିୟୋଗରେ ଉତ୍ସର୍ଗ, ତ୍ୟାଗ, ଜ୍ୟୋତି, ଓଡିଶା ସାଂସ୍କୃତିକ ସମାଜ, ଜିଲ୍ଲା କ୍ରୀଡ଼ା ସଂଘ, ଭାରତ ବିକାଶ ପରିଷଦ, ଭାରତୀୟ ଶିକ୍ଷଣ ମଣ୍ଡଳ, ସମ୍ବାଦ ସାହିତ୍ୟ ଘର, କଲମ ପରିବାର, ଭୀମଭୋଇ ସାହିତ୍ୟ ସଂସଦ, ପ୍ରତିଷ୍ଠା ପରିବାର (ବୁର୍ଲା), ଭାରତୀ କଳା ପରିଷଦ (ବୁର୍ଲା), ସମ୍ବଲପୁର କଳା ପରିଷଦ ତଥା ବିଭିନ୍ନ ନାରୀ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।

Leave a Reply

Your email address will not be published. Required fields are marked *