କୋରାପୁଟ ;ତା-୩୧/୦୩(ବିଏମସି ଟିଭି ଓଡ଼ିଆ)
ଆଜି କୋରାପୁଟ ବ୍ଲକର ନବନିଯୁକ୍ତ ୯୩ ଜଣ କନିଷ୍ଠ ଶିକ୍ଷକଙ୍କୁ ଦୁଇଟି ଦଳରେ “ପ୍ରେରଣା” ତାଲିମ୍ ୨୬ ଅପ୍ରେଲ ଠାରୁ ୩୦ ଅପ୍ରେଲ ଯାଏଁ କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ତାଲିମ୍ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷଧିକାରୀ ଡ.ପ୍ରସନ୍ନ କୁମାର ମହାନ୍ତି,ଗୁଣାତ୍ମକ ଶିକ୍ଷା ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତି, ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଶିବ ପ୍ରସାଦ ରଥ, ଜସନ୍ ବେନ୍ୟା, ସି.ଆର.ସି.ସି.ପ୍ରଦୀପ କୁମାର ପାତ୍ର ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ପ୍ରେରଣା ପ୍ରଦାନ ପୂର୍ବକ ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ନବନିଯୁକ୍ତ ଶିକ୍ଷକ ଶିକଷୟିତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାରେ ସହାୟକ ହେବେ। ଜାତୀୟ ଶିକ୍ଷାନୀତି ଆଧାରରେ ଶିକ୍ଷାଦାନ ପୂର୍ବକ ଶିକ୍ଷକତା ଭଳି ଏକ ଉଚ୍ଚ ମର୍ଯ୍ୟାଦା ସମ୍ପର୍ନ୍ନ ବୃତ୍ତିକୁ ସାର୍ଥକ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଶିକ୍ଷା ବିଭାଗ, ପିଲାଙ୍କୁ ବୁଝିବା, ପିଲା କିପରି ଶିଖନ୍ତି, ଶିକ୍ଷା ଦାନ ପଦ୍ଧତି ଓ ପ୍ରଣାଳୀ, ଶିକ୍ଷା ଅଧିକାର ଅଧିନିୟମ,ଜାତୀୟ ଶିକ୍ଷାନୀତି,କ୍ରୀୟତ୍ମକ ଗବେଷଣା,ଶିକ୍ଷକ ଏକ ବୃତ୍ତି,ଶ୍ରେଣୀ ପରିଚାଳନା,ଆଇନଗତ ସହାୟତା ଆଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ସାଧନକର୍ମୀ ଭାବେ ରମେଶ ଚନ୍ଦ୍ର ସାହୁ, ସାଗରିକା ମିଶ୍ର, ଜି.ସୁରେଶ, ନିରୁପମା ଗିରି, ସୁପ୍ରଭା ବାରିକ, ଲକ୍ଷ୍ମୀପ୍ରିୟା ଦାସ ଯୋଗଦେଇ ତାଲିମ୍ ପ୍ରଦାନ କରିଥିଲେ। ଏହାକୁ ମନୋଜ କୁମାର ଦାସ ଓ ସୁଜିତ କୁମାର ପୋଲାଇ ପରିଚାଳନା କରିଥିଲେ।
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।