ବଲାଙ୍ଗୀର ; ତା-୦୮/୧୨(ବିଏମସି ଟିଭି ଓଡ଼ିଆ)
ରାଜ୍ୟର ପ୍ରତିଷ୍ଠିତ ଅନୁଷ୍ଠାନ ଫିଜିକ୍ସ ୱାଲାର ଶିକ୍ଷାର୍ଥୀମାନେ ଓଡିଶା ପ୍ରଶାସନିକ ସେବା ୨୦୨୨ ଏବଂ ଷ୍ଟାଫ୍ଫ ସେଲେକ୍ସନ କମିଶନ ୨୦୨୩ ପରୀକ୍ଷାରେ ସଫଳ କୃତକାର୍ଯ୍ୟ ହୋଇ ଅନୁଷ୍ଠାନ ପାଇଁ ଗର୍ବ ଆଣିଛନ୍ତି । ଯାହା ଶିକ୍ଷାର୍ଥୀଙ୍କର କଠୋର ପରିଶ୍ରମ, ଉତ୍ସର୍ଗୀକୃତ ଭାବ ଏବଂ ଉତ୍କର୍ଷ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ସେମାନଙ୍କର ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବିଚକ୍ଷଣ ସଫଳତା ଯୋଗୁଁ କୃତିତ୍ୱ ଅର୍ଜନ କରିଥିବା ପରୀକ୍ଷାର୍ଥୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ସମ୍ବର୍ଦ୍ଧନା କରାଯାଇଛି ।ସମ୍ବର୍ଦ୍ଧନା ଉତ୍ସବରେ ସମ୍ମାନନୀୟ ଅବସରପ୍ରାପ୍ତ ବିଚାରପତି ରଘୁବର ଦାଶ, ପୂର୍ବତନ ରାଜ୍ୟ ନିର୍ଵାଚନ କମିଶନର ପ୍ରଫେସର ଡଃ ସଞ୍ଜୀବ ହୋତା, ପୂର୍ବତନ ଡ଼ିଜିପି ପ୍ରକାଶ ମିଶ୍ର ପ୍ରମୁଖ ଯୋଗଦେଇ କୃତି ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜଣାଇବା ସହିତ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ତାଙ୍କ ସମେତ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମସ୍ତ ଶିକ୍ଷାଦାତା ଏବଂ ଶିକ୍ଷାର୍ଥୀ ଯୋଗଦେଇଥିଲେ ।
ବଲାଙ୍ଗୀର ରୁ କଞ୍ଜର ମୁନା ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।