ବଲାଙ୍ଗୀର/ଟିଟିଲାଗଡ଼, ୧୮/୦୭ (ବିଏମସି ଟିଭି ଓଡ଼ିଆ)
ତା୧୭-୦୭:ଓଡ଼ିଶା କଲେଜ ଛାତ୍ରୀ ସୌମ୍ୟଶ୍ରୀ ମାମଲା ରେ କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଜୁଲାଇ ୧୭ ତାରିଖ ଗୁରୁବାର ଦିନ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗଙ୍କ ନେତୃତ୍ୱ ରେ ସହର ବନ୍ଦ ପାଳନ କରାଯାଇ ଥିଲା। ସହର ର ବିଭିନ୍ନ ଛକ ଗୁଡିକ ରେ କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏକ ଶୋଭାଯାତ୍ରା ରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଛକ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା ଶହ ପିକେଟିଂ କରି ଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ମାନଙ୍କ ଶହ ଦୋକାନ, ବଜାର ସମ୍ପୂର୍ଣ ବନ୍ଦ କରାଇଥିଲେ । ଟିଟିଲାଗଡ଼ ସହର ର ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ଦେଇଛୁ ବୋଲି କଂଗ୍ରେସ ଦଳ ତରଫ ରୁ ପ୍ରକାଶ ପାଇଥିଲା । ଏହି ବନ୍ଦ ଡାକରାରେ କଂଗ୍ରେସ ଦଳର ସୁବାସ ଛତ୍ରିଆ, ଅରୁଣ ହରପାଲ, ଜୟସିଂହ ତାଣ୍ଡି, ଲାଲୁ କୁମ୍ଭାର, ମାଧବ କୁମ୍ଭାର, ସୁବାସ ଭୋଇ, କୁନା ସାହୁ, ଦିଲେଶ୍ୱର୍ ଜାଲ, ବିଚିତ୍ର ସାହୁ, ମୋହନ ନାଏକ, ରାହୁଲ ନାଏକ, ତୁଷରାଜ ମହାନନ୍ଦ, ମୁରଲୀ ଜାଲ ଯୋଗ ଦେଇଥିଲେ । ସେହିପରି ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସଂପାଦକଙ୍କ ନେତୃତ୍ୱରେ ସ୍ଥାନୀୟ ପୁରୁଣା ବ୍ୟାଙ୍କ ଛକ ଠାରେ ଯୁବ କଂଗ୍ରେସ କର୍ମୀମାନେ ମଧ୍ୟ ବନ୍ଦ ଶହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ସେବା ଦଳର ପୂର୍ବତନ ସଭାପତି ଦେବାନନ୍ଦ ସାହୁ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ମହେଶ ରାଓଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସାମିଲ ହୋଇଥିଲେ । ଆଇନ ଶୃଙ୍ଖଳା କୁ ଦୃଷ୍ଟି ରେ ରଖି ଟିଟିଲାଗଡ଼ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବ୍ୟାପକ ପୋଲିସ ଫୋର୍ସ ମୁତୟନ ଶହ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଯଶୋବନ୍ତ ନାରାୟଣ ପ୍ରଧାନ, ଥାନାଧିକାରୀ କଲ୍ୟାଣୀ ବେହେରା ପରିସ୍ଥିତି ନିୟନ୍ତ୍ରଣ ରେ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥିଲେ।
ଟିଟିଲାଗଡ଼ ରୁ ସନ୍ତୋଷ ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।