ନୟାଗଡ଼ ;ତା-୦୨/୦୬(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ଏନ ଏ ସୀ ଅନ୍ତର୍ଗତ ଡାକ୍ତରଖାନା ଛକ ଠାରେ ଶତପଥୀ ବସ ନଂ ଓ ଡି ୦୩ ଏମ ୬୬୩୩ ସହିତ ଏକ ଗୋରୁ ବୋଝେଇ କଣ୍ଟେନର ଧକ୍କା ହୋଇଛି। ଧକ୍କା କରି ବଉଦ ଅଭିମୁଖେ ଯିବା ସମୟରେ ରଙ୍ଗାମାଟିଆ ସ୍ଥିତ ଟୋଲ ଗେଟ ଠାରେ କଣ୍ଟେନର ଗାଡିକୁ ଅଟକାଇ ଦିଆଯାଇଥିଲା। ଖବର ପାଇ ପୋଲିସ ପହଂଚି ଗାଡିକୁ ଜବତ କରିଥିଲା। ଜବତ ଗାଡି ମଧ୍ୟରୁ ୨୪ ପଟ ଗାଈ କୁ ପୋଲିସ ଜବତ କରିବା ସହିତ ଡ୍ରାଇଭର କୁ ଗିରଫ କରିଛି। ଡ୍ରାଇଭର ଜଣକ ଛତିଶଗଡ ଅଂଚଳ ର ମୋହମଦ ଅସଦ ବୋଲି ଜଣା ପଡିଛି। ଏ ନେଇ ଦଶପଲ୍ଲା ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।