ଏନ୍‌ଏସି ଜେଇଙ୍କ କାର୍ଯ୍ୟାଳୟରେ ତାଲା ମାରିଲେ କାଉନସିଲର



ସମ୍ବଲପୁର:ତା.୧୩/୦୬(ବିଏମସିଟିଭି ଓଡିଆ)



ବରପାଲି ଏନ୍‌ଏସି ଜେଇଙ୍କ ଦୁର୍ନୀତି ଅଭିଯୋଗରେ  ଗୁରୁବାର ଏନ୍‌ଏସିର କାଉନସିଲରମାନେ ତାଙ୍କ ଅଫିସରେ ତାଲା ମାରି ଦେଇଛନ୍ତି । ବରପାଲି ଏନ୍‌ଏସିରେ କାର୍ଯ୍ୟରତ ଥିବା ଯନ୍ତ୍ରୀ କୈଳାଶ ଚନ୍ଦ୍ର ଓରାମଙ୍କ ବିରୁଦ୍ଧରେ ବହୁ ଦିନରୁ ଦୁର୍ନୀତି ଅଭିଯୋଗ ହୋଇଆସୁଛି । ତାଙ୍କ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବରଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ଏନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷ ଳରୁ ଗତ ମାସ ୩୦ ତାରିଖ ଦିନ ଏକ ପତ୍ର ବରଗଡ଼ ଜିଲ୍ଲାପାଳଙ୍କ ଅଫିସକୁ ତଦନ୍ତ ପାଇଁ ଆସିଥିଲା । ବରଗଡ଼ ଜିଲ୍ଲାପାଳ ବରଗଡ଼ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ଗତ ୯ ତାରିଖରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ଉକ୍ତ ଜେଇଙ୍କୁ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହକାରୀ ଯନ୍ତ୍ରୀ ପଦରୁ ପଦୋନ୍ନତି ଦେଇ ଯନ୍ତ୍ରୀ ଭାବରେ ବରପାଲିରେ ହିଁ ନିଯୁକ୍ତି ଦିଆଯାଇଛି । ଆଗରୁ ବହୁ ଦୁର୍ନୀତି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ପଦୋନ୍ନତି ଦେବା ଆଶ୍ଚର୍ଯ୍ୟର ବିଷୟ । ଏନେଇ  ଉପାଧ୍ୟକ୍ଷା ସୁପ୍ରୀତି ଜେନାଙ୍କ ସହ  କାଉନସିଲର ଗଣ ଅସନ୍ତୋଷ ପ୍ରକାଶ କରି ତାଙ୍କ ଅଫିସରେ ତାଲା ପକାଇ ଦେଇଥିଲେ।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।

Leave a Reply

Your email address will not be published. Required fields are marked *