ନୟାଗଡ ; ତା-୦୫/୦୨(ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିନ ଚଢାଉ କରାଯାଇଥିଲା। ଦଶପଲ୍ଲା ଥାନା ଅନ୍ତର୍ଗତ କୁସୁମଗାଡିଆ ଗ୍ରାମର ସ୍ବର୍ଗତ ସାଗର ନାୟକ ଙ୍କ ପୁତ୍ର ବୁଲୁ ନାୟକ (୩୦) ଙ୍କ ଠାରୁ ଏକ ମୋଟର ସାଇକେଲ ଓଡ଼ି ୨୫ଏଲ ୨୬୧୮ସହିତ ୪୦ଲିଟର ଦେଶୀ ମଦ ଜବତ କରିବା ସହ ବୁଲୁ ନାୟକ କୁ ଗିରଫ କରାଯାଇଛି।ଏହି ଚଢାଉ ସମୟରେ ଦଶପଲ୍ଲା ଅବକାରୀ ଥାନା ଅଧିକାରୀ ଭବାନୀ ଶଙ୍କର ବେହେରାଙ୍କ ସମେତ କନେଷ୍ଟବଳ ପ୍ରଦୀପ୍ତ କୁମାର ନାଏକ, ପ୍ରହଲ୍ଲାଦ ପ୍ରଧାନ ଓ ଲକ୍ଷ୍ମୀ ମହାରଣା ପ୍ରମୁଖ ସାମିଲ ହୋଇଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।