ଶିବରାତ୍ରୀ ପାଇଁ ଶୈଶବ ପିଠରେ ଭକ୍ତ ଙ୍କ ଭିଡ଼।

ନୟାଗଡ ;ତା-୨୬/୦୨(ବିଏମସି ଟିଭି ଓଡ଼ିଆ)

ମହା ଶିବରାତ୍ରୀ ଏକ ହିନ୍ଦୁ ମାନଙ୍କ ବଡ଼ ପର୍ବ। ଦେବଦେବ ମହାଦେବ ଙ୍କ ଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇ ଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ପୁରାଣ ର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁର ମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରି ଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦ ରୁ ଉଦ୍ଧାର କରିଥିଲେ । ଏହି ବିଷ କୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇ ଯାଇଥିଲେ ।

ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ଦୀପ ଜାଳି ଉଜାଗର ରେ ବସିଥିଲେ । ସେହି ଦିନକୁ ମନେ ପକାଇ ଶ୍ରଦ୍ଧାଳୁ ମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବ ରାତ୍ରି ଭାବରେ ପାଳନ କରାଯାଏ । ଏହି ଶିବରାତ୍ରୀ ପାଇଁ ଶୈଶବ ପୀଠରେ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଛି। ପବିତ୍ର ଶିବରାତ୍ରୀ ବା ଜାଗର ଯାତ୍ରା ପାଇଁ ଦଶପଲ୍ଲା ବ୍ଲକ ର ବିଭିନ୍ନ ଶୈବ ପୀଠରେ ସକାଳ ସମୟରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଭିଡ଼ ଜମୁଥିବାର ପରିଲକ୍ଷିତ ହୋଇଛି।

ପ୍ରତ୍ୟେକ ଶିବମନ୍ଦିର ରେ ସନ୍ଧ୍ୟା ସମୟରେ ଦ୍ଵୀପ ଲଗାଇ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉଜାଗର ରହିଭକ୍ତ ମାନେ ବସିଥିଲେ।ଏ ଅବସରରେ ମଧ୍ଯଖଣ୍ଡ ପଞ୍ଚାୟତ ବାବା ସ୍ଵପ୍ନେଶ୍ଵର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହରୀ ନାମ ଯଂଜ୍ଞ ଦିନ ତମାମ ଚାଲିଥିବାବେଳେ ସନ୍ଧ୍ୟାରେ ପ୍ରବଳ ଭକ୍ତ ଙ୍କ ଭିଡ଼ ଲାଗିଥିଲା। କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ପ୍ରବଳ ଭକ୍ତ ଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *