ନୟାଗଡ ;ତା-୩୧/୦୧(ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ଥାନା ଅନ୍ତର୍ଗତ ୫୭ନମ୍ବର ଜାତୀୟ ରାଜପଥ ର ପଥରପୁଞ୍ଜା ଗ୍ରାମ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପିଆଜ ବୋଝେଇ ଟ୍ରକ ଅତି ଦ୍ରୁତ ଗତିରେ ଆସି ସାଇକେଲ କୁ ଧକ୍କା ଦେଇ ସେଠାରୁ ପଳାଇ ଯାଇଥିଲା। ଫଳରେ ସାଇକେଲ ଆରୋହୀ ତଳେ ପଡ଼ି ଯାଇଥିବା ବେଳେ ଗୋଟିଏ ହାତ ଦୁଇ ଖଣ୍ଡ ହୋଇଯାଇଥିଲା।

ଖବର ପାଇ NH ଆମ୍ବୁଲାନ୍ସ ସଙ୍ଗେ ସଙ୍ଗେ ଗୁରୁତରଙ୍କୁ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ହେଲେ ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ନରସିଂହ ପୁର ଗ୍ରାମର ହାଡ଼ି ମହାକୁଡ (୫୦) ବୋଲି ଜଣାପଡିଛି। ଖବର ପାଇ ପୋଲିସ ମୃତଦେହକୁ ଜବତ କରିବା ସହ ସବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୁର୍ଘଟଣା ଘଟାଇ ଟ୍ରକ ଟି ପଳାଇ ଯାଇଥିବା ବେଳେ ନୂଆଗାଁ ପୋଲିସ ଟ୍ରକ କୁ ଧରିବାରେ ସଫଳ ହୋଇ ଦଶପଲ୍ଲା ଥାନା କୁ ହସ୍ତାନ୍ତର କରିଛି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।