ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ଦଶପଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ।

ନୟାଗଡ ;ତା-୨୩/୦୨(ବିଏମସି ଟିଭି ଓଡ଼ିଆ)

ଶିକ୍ଷା ବିଭାଗରେ ଲାଗିଲା କଳଙ୍କ  ଯାହାକି ଦୀର୍ଘ ଦିନ ହେଲା ଏହି ଵାଣିଗୋଚ୍ଛା ସରକାରୀ ୟୁଜିଏମ ଇ ସ୍କୁଲ ରେ ଲାଗିରହିଥିଲା। ବିଭିନ୍ନ ସମସ୍ୟା ହେଲେ ଛାତ୍ର ଛାତ୍ରୀ ବିଭିନ୍ନ ସମୟରେ  ଏହି ଶିକ୍ଷୟତ୍ରୀ ଏବଂ ଡ୍ରାଇଭର ର ଶିକାର ହେଉଥିଲେ   ହେଲେ ସ୍ଥାନୀୟ ଜଣେ ଦୀର୍ଘ ୫ ବର୍ଷ ଵାଣିଗୋଚ୍ଛା କ୍ଲଷ୍ଟର ରେ ସି ଆର ସି ଅଛନ୍ତି ସେ ମଧ୍ୟ କିଭଳି ଭଳି ନିରବ ଦ୍ରଷ୍ଟା ସାଜି ଥିଲେ ତାହା ବୁଦ୍ଧି ଯିବି ମହଲରେ ଉଠୁଛି ପ୍ରଶ୍ନ? ଏହି ସମସ୍ୟା କୁ ନେଇ ଶୁକ୍ରବାର ଦିନ ଛାତ୍ର ଛାତ୍ରୀ ଅଭିଭାବକ ବିଦ୍ୟାଳୟ ରେ ପଂହଁଚି ଥିଲେ ଏବଂ ବିଦ୍ୟାଳୟ ର ବିଭିନ୍ନ କାରନାମା କୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପଚାରି ବୁଝିବା ପାଇଁ ଆସିଥିବା ବେଳେ ଶିକ୍ଷୟତ୍ରୀ ଜଣକ ମନ ଇଚ୍ଛା ଅନୁପସ୍ଥିତ ଥିଲେ । ଛାତ୍ରୀ ଛାତ୍ର ଙ୍କ କହିବା ନୁସାରେ ଆମେ ଏହି ବିଦ୍ୟାଳୟ ରେ ଆଉ ପାଠ ପଢ଼ିବୁ ନାହିଁ ଯେତେ ଦିନ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା କଂହର ଏହି ସ୍କୁଲ ର ବଦଳି ନ ହୋଇଛନ୍ତି ସେତେ ଦିନ ପର୍ଯ୍ୟନ୍ତ ଆମେ ସ୍କୁଲ ଗେଟ ବନ୍ଦ କରିବୁ ବୋଲି  ଅଭିଭାବକ ଅଭିଭାବିକା ମାନେ ଚେତାବନି ଦେବା ସଂଗେ ସଂଗେ  ଏହାର ଶାନ୍ତି ସମାଧାନ ପାଇଁ ଛାତ୍ର ଛାତ୍ରୀ ଜାତୀୟ ରାଜପଥ ରେ ବିଭିନ୍ନ ନାରା ଦେଇ ଵାଣିଗୋଚ୍ଛା ଥାନାରେ ପଂହଁଚି ଏକ ଦାବି ପତ୍ର ଦେଇଥିଲେ। ଥାନା ଅଧିକାରୀ  ବିନୟ ପରିଡା ଛାତ୍ର ଛାତ୍ରୀଙ୍କୁ ବୁଝାଇ ବିଦ୍ୟାଳୟ କୁ ପଠାଇଥିଲେ ଏବଂ ସଂଗେ ସଂଗେ ପରିଡା ସ୍କୁଲ ରେ ପଂହଁଚି  ଅଭିଭାବକ ଏବଂ କମଳ ମତି ଛାତ୍ର ଛାତ୍ରୀ ଙ୍କ ଶହ ଆଲୋଚନା ହୋଇଥିଲା ।ହେଲେ କୌଣସି ପ୍ରକାର ସମାଧାନ ର ରାସ୍ତା ଖୋଲି ନ ଥିଲା।  ତା ପରେ ଶନିବାର ସକାଳସାତଟା ବେଳେ ଆରମ୍ଭ ହେଲା ଅନିର୍ଦ୍ଧିଷ୍ଟ ପାଇଁ ସ୍କୁଲ ବନ୍ଦ ଆନ୍ଦୋଳନ  ଏବଂ ବିଦ୍ୟାଳୟ ର ରୂପ ଭିର୍ଣ୍ଣ ମୋଡ଼ ନେଲା ସଂଗେ ସଂଗେ ଵାଣିଗୋଚ୍ଛା ପୋଲିସ, ଏବଂ ବି ଜେ ପି ର ଜଣେ ଦକ୍ଷ ନେତା ରାଘବ ମଲିକ ଏବଂ ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି  ସଂଜୀବ କରଣ ପଂହଁଚି ସମାଧାନ ର ବାଟ କାଢିଥିଲେ ହେଲେ ଅଭିଭାବକ ଏକ ଜିଦ ରେ ଅଟଳ ଥିଲେ। ଶେଷରେ ଶ୍ରୀ ସଲ  ସ୍କୁଲ କମିଟି କୁ ଏକ ଲିଖିତଭାବେ ଅନୁରୋଧ କରିଥିଲେ। ମୁଁ ପ୍ରମିଳା କଂହର ନାମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ଏବଂ ତାଙ୍କୁ ଚାକିରୀ ରୁ ନିଲମ୍ବିତ କରାଯିବ ନଚେତ  ଅନ୍ୟତ୍ର ବଦଳି କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେବା ସହ ଥାନା ଅଧିକାରୀ ଶ୍ରୀ ପରିଡା  ଡ୍ରାଇଭର ବୁନା ପଟନାୟକ ଙ୍କ ନାମ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭିନ୍ନ ଦଫା ରେ ଗତକାଲି ସନ୍ଧ୍ୟା ରେ ଜେଲ ପଠାଇ ଥିବାର ସୂଚନା ମିଳିଛି ।ପୁଣି ବିଦ୍ୟାଳୟ ରେ ଦୀର୍ଘ ଦିନ ହେଲା ଏସ ଏମ ସି କମିଟି ନ ହେବ ବିଦ୍ୟାଳୟ ରେ ପାଠ ପଢୁ ନ ଥିବା ବାପା ମାଆ ଙ୍କୁ କମିଟି ରେ ରଖାଯାଇଥିବା ରୁ ନୂତନ କମିଟି ଗଠନ ପାଇଁ ବି ଇ ଓ ଙ୍କ ନିକଟରେ ଦାବି କରିଥିଲେ।


ନୟାଗଡ ଜିଲ୍ଲା ଦଶପଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *