ଦଶପଲ୍ଲା ଯୁବ ମହୋତ୍ସବ ‘ମହକ’ଆରମ୍ଭ।

ନୟାଗଡ ; ତା-୧୧/୦୧(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ତ୍ରିନାଥ ଛକ ସନିକଟ ରେ ସୀତାରାମ ୟୁଥ କ୍ଲବ ଦଶପଲ୍ଲା ର ଅଗ୍ରଣୀ ଅନୁଷ୍ଠାନ  ତରଫରୁ ଅଷ୍ଟମ ବର୍ଷ  ‘ମହକ ‘ ଯୁବ ମହୋତ୍ସବ ଶନିବାର ଦିନ  ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ଦଶପଲ୍ଲା ର ଆରାଧ୍ୟ୍ୟ ଦେବ ଶ୍ରୀ ମହାବୀର ଙ୍କ ଆଜ୍ଞା ମାଳ  ସହିତ ଦେଶର ଯବାନ ମାନଙ୍କ ଉଦେଶ୍ୟ ରେ ୪୦୦ମିଟର ତ୍ରିରଙ୍ଗା ଧରି ଏକ ବିଶାଳ ଶୋଭାଯାତ୍ରା ବାହାରି ମହକ ମୈଦାନ ପର୍ଯ୍ୟନ୍ତ ଆସିଥିଲେ। ଏହି ଶୋଭାଯାତ୍ରା ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଦଶପଲ୍ଲା ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ଦଶପଲ୍ଲା ଶିକ୍ଷାଧିକାରୀ ଭକ୍ତ ବିନୋଦ ସଲ,ଦଶପଲ୍ଲା ଥାନା ଅଧିକାରିଣୀ ଅନିତା ସାହୁ,ଦଶପଲ୍ଲା ସଦର ବନବିଭାଗ ର ଶ୍ରବଣ

କୁମାର ବଳିୟାରସିଂ, ୧୬ନମ୍ବର କାଉନସିଲର ଶ୍ରୀଗୋଛି ଙ୍କ ସହିତ କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀ, ସୀତାରାମ ୟୁଥ କ୍ଲବ ସଦସ୍ୟ, କ୍ଲବ ର ଉପଦେଷ୍ଟା ତ୍ରିନାଥ ସାହୁ ଓ ଦଶପଲ୍ଲା ଜନସାଧାରଣ ସାମିଲ ହୋଇଥିଲେ।ତେବେ ଏହି ଦଶପଲ୍ଲା ତଥା ଆଖ ପାଖ ବ୍ଲକ ତଥା ଗ୍ରାମାଞ୍ଚଳ ରେ ଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନ କୁ ଆଣିବା ପାଇଁ ଜାରି ରଖିଛନ୍ତି ପ୍ରୟାସ । ସେବା ମନବୃତ୍ତି ତଥା ଭାଇଚାରା ର ସମର୍ପିତ ମନୋଭାବ ନେଇ ଏହି  ଉତ୍ସବ ଅବସରରେ ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା କରାଯିବ।ଶନିବାର ସନ୍ଧ୍ୟା ରେ ମହକ ମୈଦାନ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ଓ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର କରାଯିବ ବୋଲି ଉପଦେଷ୍ଟା ତ୍ରିନାଥ ସାହୁ ମତ ରଖିଛନ୍ତି।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *