ନୟାଗଡ ;ତା-୧୨/୦୨(ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ବ୍ଳକ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା , ସମନ୍ୱିତ ଶିଶୁ ବିକାଶ ଓ ମମତା ଯୋଜନା ସମ୍ବନ୍ଧରେ ସବିଶେଷ ଶୁଣାଣି କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସି ଡି ଓ ଲଗ୍ନଜିତ ରାଉତ, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, କନ୍ଧମାଳ ସାଂସଦ ଙ୍କ ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା,ଏ ବି ଡି ଓ ସାରଦା ପ୍ରସନ୍ନ ମହାନ୍ତି ,ଡି ଏସ ଏ ବିଜୟ ବଳିୟାରସିଂ,ଏ ଇ ଆଦିତ୍ୟ ଜେନା, ଏ ପି ଓ ମଧୁସ୍ମିତା ସ୍ୱାଇଁ, ବି ଏସ ଏ ସୁନୀଲ ପରିଡାଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଜନପ୍ରତିନିଧି ଓ ସମସ୍ତ ବିଭାଗ ର କର୍ମଚାରୀ ଉପସ୍ଥିତ ଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।