ଖୋର୍ଦ୍ଧା ; ତା-୨୭/୦୧ ( ବିଏମସି ଟିଭି ଓଡ଼ିଆ)

ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଅହମଦୀୟା ମୁସଲିମ ବସ୍ତିରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିବା-ରାତି ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ଭାଗ ନେଇଥିଲେ ।

ସେଥି ମଧ୍ୟରୁ ପ୍ରଥମ ସେମିଫାଇନାଲ ବର୍ଣ୍ଣିଙ୍ଗ ଡେଭିଲ୍ସ ଏବଂ କାଇଜୋନ ଓ୍ବାରିଅର୍ସ ତଥା ଦ୍ବିତୀୟ ସେମିଫାଇନଲ ବିସ୍ମିଲ୍ଲାଃ ଓ୍ବାରିଅର୍ସ ଏବଂ ଜାରା ଶମଶେର ଲିଜାଣ୍ଡସ୍ ମଧ୍ୟରେ ଖେଳା ଯାଇଥିଲା । ଫାଇନାଲକୁ ବିସ୍ମିଲ୍ଲାଃ ଓ୍ବାରିଅର୍ସ ଏବଂ ବର୍ଣ୍ଣିଙ୍ଗ ଡେଭିଲ୍ସ ଉତିର୍ଣ୍ଣ ହୋଇଥିଲେ ।

ଫାଇନାଲ ମ୍ୟାଚରେ ବିସ୍ମିଲ୍ଲାଃ ଓ୍ବାରିଅର୍ସ ୨-୧ ସେଟରେ ବିଜୟୀ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ରେଫେରି ଭାର ମସି ଖାଁ ତୁଲାଇ ଥିବା ବେଳେ ତାଙ୍କ ସହ ନାଲୁ ଖାଁ, ଜାବେଦ ଖାଁ, ମୋଜିବୁର ଖାଁ ଏବଂ ଶାହାଦତ ଖାଁ ସହଯୋଗ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟକୁ ନାସର ଖାଁ, ସେକ ରବାଉଦ୍ଦିନ, ଶହଜାଦ ମୁନିମ, ମୁଖତାର ଅଲ୍ଲି ଖାଁ ଏବଂ କାଶିଫ ଲତିଫ ପରିଚିଳନା କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟକୁ ନାସର ଖାଁ, ସେକ ରବାଉଦ୍ଦିନ, ଶହଜାଦ ମୁନିମ, ମୁଖତାର ଅଲ୍ଲି ଖାଁ ଏବଂ କାଶିଫ ଲତିଫ ପରିଚିଳନା କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଓ ନୟାଗଡର ଜିଲ୍ଲା ସଭାପତି ଅମିରୁଦ୍ଦିନ ଖାଁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମୌଲାନା ମିର ଅବଦୁଲ ହଫିଜ, ଜିଲ୍ଲା ଯୁବ ସଭାପତି ସୋଲେମାନ ଖାଁ ଏବଂ କେରଙ୍ଗ ଯୁବ ସଭାପତି ମୋହିଉଦ୍ଦିନ ଖାଁ ଯୋଗ ଦେଇଥିଲେ ।

ବିଏମସି ନ୍ୟୁଜ୍ ଓଡିଶା।
