ବଲାଙ୍ଗୀର ;ତା-୧୨/୦୨(ବିଏମସି ଟିଭି ଓଡ଼ିଆ)
ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଅଧିନସ୍ତ କେଓମାଲ ଗାଁ ବିଲ ନିକଟ ଏକ ଗଛରେ ଝୁଲି ପ୍ରାଣ ହରାଇଥିବା ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଶଵକୁ ସଇଁତଲା ପୋଲିସ ଜବତ କରି ପୋଷ୍ଟମର୍ଟମ ପାଇଁ ବଲାଙ୍ଗୀର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି । ଭୋର ସକାଳୁ ଉକ୍ତ ଯୁବକ ଯୁବତୀଙ୍କ ମୃତ୍ୟୁ ନେଇ ଗାଁ ଲୋକେ ଜାଣି ପୋଲିସକୁ ଖବର ଦେଇଥିଲେ।ସୂଚନା ପାଇ ସଇଁତଲା ଥାନା ଅଧିକାରୀ ସୁଶାନ୍ତ ବଢ଼େଇଙ୍କ ସମେତ ସଇଁତଲା ଥାନା ଓ ଟିକ୍ରାପଡ଼ା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶଵ ଜବତ ସହ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ଯୁବକ ଜଣକ କେଓମାଲ ଗାଁର ଆକାଶ ଧରୁଆ (୨୨) ହୋଇଥିବାବେଳେ ଯୁବତୀଟି ପାଟଣାଗଡ଼ ଥାନା ଭୁଏପାଲିର ମହିମା ଧରୁଆ (୨୧) ବୋଲି ପ୍ରାରମ୍ଭିକ ତଦନ୍ତ ରୁ ଜଣା ପଡିଛି । ଉଭୟ ଦୁହେଁ କେଓମାଲ ଗ୍ରାମ ରେ ଗତ ୨ ମାସ ହେବ ଏକାଠି ରହୁଥିଲେ ବୋଲି ଜଣାପଡିଛି । ତେବେ ପୋଲିସର ଅଧିକ ତଦନ୍ତ ପରେ ହିଁ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି କୁହାଯାଉଛି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।