ଶଗଡା ହାଟପଦା ଠାରେ ମରଣାନ୍ତକ ଆକ୍ରମଣ, ଜଣେ ଗୁରୁତର।

ବୌଦ୍ଧ  ; ତା-୩୧/୦୧ (ବିଏମସି ଟିଭି ଓଡ଼ିଆ)

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଠାରେ ଆଜି ଶୁକ୍ରବାର ଦିନ ଏଗାର ଟା ସମୟରେ ଲୁମୁରଜେନା ଉକାବୀର ଗ୍ରାମର ଦିଲ୍ଲୀପ କୁମାର କର୍ଣ୍ଣ  ଶୁକ୍ରବାର ହାଟ ଶଗଡା ଗ୍ରାମ କୁ ଯାଇଥିଲେ ।  ହାଟ ରେ ଦିଲ୍ଲୀପ ପରିବା କିଣିବା ସମୟ ରେ ପଛପଟୁ କେହିଜଣେ ଦୁର୍ବୁତ୍ତ ଆସି ଦିଲ୍ଲିପକଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଚାଲିଗଲା ।  ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଶଗଡା ପୋଲିସ କୁ ଖବର ଦେଇଥିଲେ ।  ଖବର ପାଇ ଶଗଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳ ରେ ପହଁଞ୍ଚି  ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ବାଉଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦିଲ୍ଲୀପ କୁମାର କର୍ଣ୍ଣ ଙ୍କୁ ଚିକିତ୍ସା ପାଇଁ  ପଠାଇଥିଲେ ।ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସୋନପୁର ମେଡିକାଲ କୁ ସ୍ଥାନାନ୍ତର  କରାଯାଇଥିବା ସୂଚନା ମିଳିଛି । ଏବେ ମନମୁଣ୍ଡା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।


ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *