ସମ୍ବଲପୁର : ତା-୦୮/୦୩(ବିଏମସି ଟିଭି ଓଡିଆ)
ଧନକଉଡ଼ା ବ୍ଲକ୍ କଳାମାଟି ପଞ୍ଚାୟତ ଅନ୍ତର୍ଗତ ଅନ୍ଧାରିପତ୍ରା ନିବାସୀ ବାହାଦୁର ନନ୍ଦ(୫୩) କର୍କଟ ରୋଗରେ ପୀଡିତ ଥାଇ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଶେଷ ସମୟରେ ତାଙ୍କର ସ୍ତ୍ରୀ ଓ ତିନି ପୁତ୍ର ଉପସ୍ଥିତ ଥିଲେ। ସେ ଗଜଲକ୍ଷ୍ମୀ ପୂଜା କମିଟିର ୨୦ ବର୍ଷ ଧରି ସଂପାଦକ ଭାବେ କାର୍ଯ୍ୟ କରୁଥିଲେ। ସେ ଜଣେ ଶାନ୍ତ, ସରଳ, ପରୋପକାରୀ ବ୍ୟକ୍ତି ଭାବେ ସର୍ବତ୍ର ପରିଚିତ ଥିଲେ। ସ୍ୱର୍ଗତ ନନ୍ଦଙ୍କ ପରଲୋକ ଗମନ ଖବର ପାଇବା କ୍ଷଣି ନିଜ ଗ୍ରାମ ତଥା ଜଣାଶୁଣା ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ବିଧାୟକ ସୁଦର୍ଶନ ହରିପାଲ ଏବଂ କଳାମାଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀହରି ନାଗ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।