ପୋଲ ନିର୍ମାଣ ରେ ବିଳମ୍ବ ,ଧାରଣାରେ ସରପଞ୍ଚ ଙ୍କ ସହିତ ଗ୍ରାମବାସୀ।

ନୟାଗଡ ; ତା-୦୩/୦୧(ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସୋରଡ଼ା ଠାରୁ ଜଗନ୍ନାଥ ପ୍ରସାଦ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇଥିବା ବେଳେ ଏହି ରାସ୍ତାର ମଧ୍ୟ ଭାଗରେ ବେଲପା ନଦୀ ରହିଛି। ପୋଲଟି ଭାଙ୍ଗି ଯାଇଥିବାରୁ ୨୦୨୧ମସିହାରେ ଜିଲ୍ଲା ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ତରଫରୁ ଟେଣ୍ଡର କରାଯାଇଥିଲା। ରାସ୍ତା ସହିତ ପୋଲ କାର୍ଯ୍ୟ ପାଇଁ ଠିକା ସଂସ୍ଥା ପାଲ ଆଣ୍ଡ ପାଲ ସଂସ୍ଥା କୁ ଟେଣ୍ଡର ମିଳିଥିବା ବେଳେ ଏହାର ବଜେଟ ୩କୋଟି ଥିବାବେଳେ ୨୦୨୨ଫେବୃଆରୀ ମାସ ସୁଦ୍ଧା କାର୍ଯ୍ୟ ସମାପ୍ତ ହେବ ବୋଲି ନିର୍ଦେଶ ଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ। ଯିବା ଆସିବା ନିମନ୍ତେ ଏହି ରାସ୍ତା ଓ ପୋଲ ଉପରେ ନିର୍ଭଳଶୀଳ କରନ୍ତି ଗ୍ରାମବାସୀ। ଗ୍ରାମବାସୀ,ଛାତ୍ର ଛାତ୍ରୀ ମାନେ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ୨୦୨୩ମସିହାରେ ଜଗନ୍ନାଥ ପ୍ରସାଦ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଥିଲେ।

ପ୍ରଶାସନ ର ପ୍ରତିଶୃତି ପରେ ଛାତ୍ର ଛାତ୍ରୀ ମାନେ ରାଜପଥ ଉପରୁ ଉଠିଥିଲେ ହେଲେ ବର୍ତମାନ ସୁଦ୍ଧା ରାସ୍ତା ଓ ପୋଲର କାର୍ଯ୍ୟ ସମାପ୍ତ ହୋଇପାରିଲା ନାହିଁ।ଯାହାକୁ ନେଇ ୨ତାରିଖ ଗୁରୁବାର ଦିନ ସୋରଡ଼ା ସରପଞ୍ଚ ଏବଂ ଗ୍ରାମବାସୀ ମାନେ ରାସ୍ତା ଓ ପୋଲ ନିର୍ମାଣ କରିବା ପାଇଁ ଦାବୀ ରଖି ଧାରଣା ଦେଇଛନ୍ତି। ଖବର ପାଇ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ ଏବଂ ନୂଆଗାଁ ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠି ଘଟଣା ସ୍ଥଳରେ ପହଂଚି ଧାରଣାରେ ଥିବା ସରପଞ୍ଚ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ,କିନ୍ତୁ ଆଲୋଚନା ବିଫଳ ହୋଇଥିଲା। ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବା ପର୍ଯ୍ୟନ୍ତ ଧାରଣା ଜାରିରହିବ ବୋଲି ସରପଞ୍ଚ ଓ ଗ୍ରାମବାସୀ ମାନେ କହିଥିଲେ। ଆଜକୁ ଧାରଣା ଦୁଇ ଦିନରେ ପହଞ୍ଚିଲା। ଦେଖ କେବେ ଏହାର ସମାଧାନ କେବେ ହେଉଛି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *