ବାହାଡ଼ା ଝୋଲା ଅଂଚଳରେ ନୂତନ ବ୍ଲକ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟସରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।

ନୟାଗଡ  ;ତା-୩୧/୦୧(ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବାହାଡ଼ା ଝୋଲା ଅଂଚଳରେ ନୂତନ ବ୍ଲକ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟସରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଅଂଚଳର ଦୁଇଶହରୁ ଉର୍ଦ୍ଧ ବୁଦ୍ଧିଜୀବୀ ସମାଜ ସେବୀ। ସୁଚନା ମୁତାବକ, ରାଜ୍ୟ ସରକାର ଙ୍କ ପକ୍ଷରୁ ନୂତନ ବ୍ଲକ ଗଠନ ପାଇଁ ନିଷ୍ପତ୍ତି କୁ ସ୍ୱାଗତ କରିଛନ୍ତି ଜନସାଧାରଣ। ଏଣୁ ନୂଆଗାଁ ବ୍ଲକ ଠାରୁ ଦୁରତା ପ୍ରାୟ (୬୦) କିଲୋମିଟର ଦୂର ବେରୁଆବାରୀ କାପ୍ତାପଲ୍ଲୀ, ଗୁମୀ, ବାହାଡ଼ା ଝୋଲା,ସିଙ୍ଗାରପଲ୍ଲୀ, ହରି ପୁରୁ ପଂଚାୟତର ଆଦିବାସୀ ବହୁଳ ମକରା ପଲ୍ଲୀ , ଓଡକପା ଭଳି ଗାଁ ଜାହାକି ଗଂଜାମ ସିମାରେ ଅବସ୍ଥିତ ସାଧାରଣ ଲୋକଙ୍କ କିଛି କାର୍ଯ୍ୟ ପଡ଼ିଲେ ନୂଆଗାଁ ବ୍ଲକ ଗଲେ ଦୁଇଦିନ ଲାଗି ଯାଉଛି।ଏପରିକି ସରକାରୀ ସୁବିଧା ଲୋକଙ୍କ ପାଖରେ ସଠିକ ଭାବରେ ପହଂଚି ପାରୁନାହିଁ।ଏଣୁ (୬) ଟି ପଂଚାୟତର ବୁଦ୍ଧିଜୀବୀ ସମାଜ ସେବୀ ଙ୍କ ସହିତ ସମସ୍ତ ଜନପ୍ରତିନିଧି ଏକାଠି ହୋଇ ବାହାଡ଼ା ଝୋଲା ଅଂଚଳରେ ନୂତନ ବ୍ଲକ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟସରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଙ୍କ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ନୟାଗଡ  ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *