ରାଇରଙ୍ଗପୁର :- ତା – ୨୪/୦୫/୨୫ (ବିଏସି ଟିଭି ଓଡ଼ିଆ)
ଆଜି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କୁ ବାଦାମପାହାଡ ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମାନେ ଆସି ଗାଁ କୁ ମଦମୁକ୍ତ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ସୂଚନା ଅନୁସାରେ ଜୟପୁର ଗ୍ରାମରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଚାଲିଛି ମଦ କାରବାର । ଏହି ମଦକାରବାର ହେବା ଯୋଗୁଁ ଘରେ ଘରେ ଚାଲିଛି ଅଶାନ୍ତି । ବିଶେଷ ଭାବରେ ମଦକାରବାର ଖୋଲା ଦୋକାନ ଖୋଲିବା ଫଳରେ ଗାଁର ଛକ ରେ ଦୈନିକ ଝଗଡା ମାରପିଟ୍ ଚାଲିଛି , ଏହାବ୍ୟତୀତ ଗାଁ ରେ ମଦୁଆ ମାନଙ୍କ ର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଫଳରେ ଗାଁ ରୁ ଝିଅ ବହୁ ମାନେ ଘର ବାହାରକୁ ପାଦ କାଡି ପାରୁନାହାଁନ୍ତି । ଅଭିଯୋଗ ଆଧାର ରେ କିଛି ଅସାମାଜିକ ଲୋକେ ଟଙ୍କାର ଲୋଭ ଦେଖାଇ ଗାଁର କିଛି ମହିଳାଙ୍କୁ ମଦ ବିକ୍ରି କରିବାକୁ ବାଦ୍ଯ କରୁଥିବା ନଜରକୁ ଆସୁଛି । ଏହି ବେଆଇନ ଭାବେ ମଦ କାରବାର କୁ ବନ୍ଦ କରିବା ପାଇଁ ଗ୍ରାମବାସୀ ମାନେ କେତେ ଥର ରାଇରଙ୍ଗପୁର ଅବକାରୀ ବିଭାଗ କୁ ଦରଖାସ୍ତ ଦେବା ପରେ ମଧ୍ଯ କାର୍ଯ୍ଯାନୁଷ୍ଠାନ ନ କରିବା ଯୋଗୁଁ ପୁଣି ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ଙ୍କୁ ମଧ୍ଯ ଜୟପୁର ଗାଁ କୁ ମଦମୁକ୍ତ କରିବା ପାଇଁ ଦାବି କରିଛନ୍ତି ତଥାପି ଗାଁରୁ ମଦମୁକ୍ତ ହୋଇ ପାରି ନାହିଁ । ବେଆଇନ ମଦ କାରବାର ନେଇ ସୁଲେଇପାଟ ଫାଣ୍ଡିକୁ ମଧ୍ଯ ଅଭିଯୋଗ କରିଥିଲେ । କିନ୍ତୁ ଫାଣ୍ଡି ଅଧିକାରୀ ଗାଁ କୁ ଆସି ଯାଞ୍ଚ କଲେ କିନ୍ତୁ କାମ ଶୂନ , ଆଜି ଉତ୍ଯକ୍ତ ହୋଇ ରାଇରଙ୍ଗପୁର ଏସଡିପିଓ ଙ୍କୁ ଦାବି ଜଣାଇଛନ୍ତି କି ଜୟପୁର ଗ୍ରାମର ରେ ଅସାମାଜିକ ଲୋକଙ୍କ ଦ୍ବାରା ବେଆଇନ ଭାବେ ଗ୍ରାମରେ ୧୫ ରୁ ୨୦ ଟି ଘରରେ ଚାଲିଛି ବେଆଇନ ମଦ କାରବାର କୁ ବନ୍ଦ କରିବା ପାଇଁ । ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଲୋକଙ୍କୁ ପ୍ରତିଶୃତି ଦେଇ କହିଥିଲେ ନିଶ୍ଚିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ବାସନା ଦେଇଥିବା ଜଣାପଡିଛି । ଗ୍ରାମ ବାସୀଙ୍କ ମାନେ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ କହିଥିଲେ ଯଦି ଅଭିଯୋଗ ପରେ ପ୍ରସାଶନିକ କ୍ଷେତ୍ର ରେ ମଦମୁକ୍ତ ବନ୍ଦ ଉଦ୍ଦେଶ୍ଯ ରେ କୌଣସୀ ପଦକ୍ଷେପ ଗ୍ରହଣ ନ କଲେ ନିଶ୍ଶିତ ରୂପେ ଶତାଧିକ ପୁରୁଷ ମହିଳା ରାଡରାସ୍ତା କୁ ଓଲାଇବେ ବୋଲି ଗଣମାଧ୍ୟମ ଜରିଆରେ କଡା ଚେତାବନୀ ଦେଇଥିଲେ । ଏହି ମଦମୁକ୍ତ ଅଭିଯାନ କୁ ପରିଚାଳନା କରୁଥିଲେ ରଞ୍ଜିତା ନନ୍ଦ , କଳାବତି ଗିରି , ନିହାରିକା ନନ୍ଦ , ତପସ୍ବୀନୀ ଗିରି, ଧନେଶ୍ଵର ଗିରି, ଅମ୍ବିକା ଗିରି ପ୍ରମୁଖ ଗାଁ କୁ ମଦମୁକ୍ତ ଅଭିଯାନ ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ ।

ରାଇରଙ୍ଗ ରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।