ବଲାଙ୍ଗୀର ; ତା-୩୧/୧୨(ବିଏମସି ଟିଭି ଓଡ଼ିଆ)
ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଥାନା ର ପୂର୍ବତନ ଅଧିକାରୀ,ତଥା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ ବଦଳ ପରେ ଅସାମାଜିକ କାର୍ଯ୍ୟ, କଳାପ ମାତ୍ରାଧିକ ଭାବେ ବୃଦ୍ଧି ପାଇଛି । ନାମକୁ ମାତ୍ର ପେଟ୍ରୋଲିଂ ଜିପ୍ ବୁଲେଇ ଦେଇ ଗୁରୁତର ସହ କୌଣସି ଘଟଣା ଗ୍ରହଣ କରାଯାଉ ନ ଥିବା ସହ କିଛି ନିର୍ଦ୍ଦିଷ୍ଟ ଅଧିକାରୀ ମାସିକ କୋଟା ପିକ୍ସ କରି ମୋଟା ଅର୍ଥ ର ଡିଲ କରି ସାରି ବେଶ୍ ମାଲା, ମାଲ ହୋଇ ଅଭିଯୋଗ କାରି ଙ୍କୁ ଗାଳି,ଗୁଲଜ ସହ ଧମକ,ଚମକ୍ ଦେବା ବିଭିନ୍ନ ମାମଲା ରେ ଆବେଦନ କାରି ଓ ଅଭିଯୁକ୍ତ ଉଭୟ ପକ୍ଷ ଙ୍କୁ ଆପୋଷ , ବୁଝା ,ବଣା କରି ମାଲା, ମାଲ ହେବା ସଚେତନ ନାଗରିକ କମିଟି ଟିଟିଲାଗଡ ତରଫ ରୁ ଲିଖିତ ଅଭିଯୋଗ ହୋଇଛି ।
କିଛି ପଦସ୍ଥ ଅଧିକାରୀ, କର୍ମଚାରୀ ମିଶି ଜୁଆ, ସଟ୍ଟା, ମଦ, ଗଞ୍ଜେଇ ଏପରୀ କି ବେଆଇନ ବିସ୍ପୋରକ ସାମଗ୍ରୀ ଜବତ ବଦଳ ରେ ପ୍ରୋତ୍ସାହନ ଦିଆ ଯାଇ ଆସୁଛି ବୋଲି କମିଟି ଗୁରୁତର ଅଭିଯୋଗ କରିଛି ।
ବିଶେଷ ଦ୍ରଷ୍ଟବ୍ୟ,ଯେ,ଏହି କମିଟି ଓ ଜନସେବା ସି ବି ଓ ଙ୍କ ସ୍ବାକ୍ଷରିତ ଅଭିଯୋଗ ସତ୍ତ୍ୱେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀରବ ସାଜିଛନ୍ତି । ଏଭଳି କି ନୂତନ ବର୍ଷ ପାଇଁ ଦାଦନ ଓ ମାଓ ପ୍ରବଣ ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ଥାନା ଅଞ୍ଚଳ ରୁ ବ୍ଲାଷ୍ଟି ପ୍ଲାନିଂ ନେଇ ବିସ୍ପୋରକ ମୁନିଗୁଡା ସ୍ଥାନାନ୍ତରିତ ଯୋଜନା ଅଭିଯୋଗ ସତ୍ତ୍ୱେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି ।ସେହିପରି ଟିଟିଲାଗଡ ଥାନା ଅଧିକାରୀ ଙ୍କ ବଦଳି ପରେ ଏହି ଜିଲ୍ଲା ର ତୁରେକେଲା ଜଙ୍ଗଲ,ଟିଟିଲାଗଡ ଗୁଲ୍ମି ଜଙ୍ଗଲ ରେ ନୂତନ ମାଓ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲା ପୋଲିସ ପ୍ରଶାସନ ଜ୍ଞାତ ସାର ରେ ଅଭିଯୋଗ କୁ ନେଇ ବିସ୍ପୋରକ ଭଳି ଅଭିଯୋଗ କୁ ଅଣ ଦେଖା ନେଇ ବିଭାଗୀୟ ମୁଖ୍ୟ ସଚିବ ତୁରନ୍ତ ଦୃଷ୍ଟି ଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ହେଉଛି । ପ୍ରକାଶ ଯେ,ଟିଟିଲାଗଡ ନିକଟସ୍ତ କୁମୁଡା ଗ୍ରାମ ନିକଟରେ କଳାହାଣ୍ଡି ଓ ଟିଟିଲାଗଡ ତଥା ଆଖ, ପାଖ ଅଞ୍ଚଳରୁ ସବୁ ଶ୍ରେଣୀୟ ତଥା ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଦିନ ,ରାତି,ଜୁଆ ଖେଳ ରେ ଲିପ୍ତ ଅଛନ୍ତି ,ଉକ୍ତ ଖେଳ ସମୟ ରେ ଟିଟିଲାଗଡ ଥାନା ର ଜଣେ ପଦସ୍ଥ ପୋଲିସ ଅଧିକାରୀ ମଦ୍ୟ ପାନ କରି ନୃତ୍ୟ କରିବା ସହ ଜୁଆ ଖେଳ ରେ ନିଜ ଡିଉଟି ବା କାର୍ଯ୍ୟ ଛାଡ଼ି ବ୍ୟସ୍ତ ରହିବା ଓ ଜଣେ ପୋଲିସ ଅଧିକାରୀ ଶ୍ରୀ ଜାନି ଏହି ଖେଳ ତାଙ୍କ ପ୍ରରୋଚନା ରେ ଚାଲିବା ଅତ୍ୟନ୍ତ ପରିତାପ ର ବିଷୟ ।ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରିବେ ନାଁ ନିଜ ପକେଟ ଗରମ କରି ମାଲା, ମାଲ ହେବେ ତାହା ଦେଖିବା କୁ ବାକି ରହିଲା ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।