ବାରଖମା ଠାରେ ଧାନ ମଣ୍ଡି ଉଦଘାଟିତ।

କନ୍ଧମାଳ ;ତା-୦୭/୦୧(ବିଏମସି ଟିଭି ଓଡ଼ିଆ)

କନ୍ଧମାଳ ଚାଷୀ ଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କ୍ରୟ ଲାଗି ବାଲିଗୁଡ଼ା ବ୍ଳକ ବାରଖମା ଠାରେ ଧାନ ମଣ୍ଡି ଉଦଘାଟିତ ହୋଇଛି । ଅଗ୍ରଣୀ ମହିଳା ସ୍ୱୟଂ ସହାୟକ ଗୃପ ଯିହୋବାରାଫା ଏହି ଧାନ କିଣିବା ପାଇଁ ସ୍ଥିର ହୋଇଥିଲା।ଏହି ଅବସରରେ ବାଲିଗୁଡ଼ା ସିଡ଼ିପିଓ ଆୟୋଜିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ ।ଚାଷୀ ଯେପରି ଧାନର ଉପଯୁକ୍ତ ମୂଲ୍ୟ ପାଇବେ ଓ କଟନୀ ଛଟନୀ ନ ହେବ ସେଥିପ୍ରତି ଦୃଷ୍ଟି ଦେବାଲାଗି ପରାମର୍ଶ ଦେଇଥିଲେ । ଏଥିରେ କୁମୁଦିନୀ ମଲ୍ଲିକ ସରପଞ୍ଚ, ସମେତ ବାରଖମା , ରେବିଙ୍ଗିଆ , ସଲାଗୁଡା ଓ ସୁଡ୍ରା ପଞ୍ଚାୟତକୁ ନେଇ ଗଠିତ ହୋଇଥିବା କୃଷକ ସଙ୍ଗଠନ ସଭାପତି ବଂଶୀଧର ଦାଣ୍ଡିଆ, ସଂପାଦକ ସିମଞ୍ଚଳ ପାତ୍ର, ସାନନ୍ଦ ମଲ୍ଲିକ, ଉପଦେଷ୍ଟା ବିରେନ୍ଦ୍ର କୁମାର ସାହୁ, ପରମାନନ୍ଦ ନାୟକ, ଅଗ୍ରଣୀ ଚାଷୀ , ମିଶନ ଶକ୍ତିର ସୁରେଶ କହଁର, ଏମ ବି କେ ଶିଖା ରାଣୀ ଦିଗାଲ, ବିଏଲଏଫ ସଭାପତି ମାଳା ସିନୀ ଦିଗାଲ, ସଂପାଦକ ମିନି ପ୍ରଧାନ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।


କନ୍ଧମାଳ ଜିଲ୍ଲା ବାରଖମାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *