ବୌଦ୍ଧ ; ତା-୩୦/୧୨(ବିଏମସି ଟିଭି ଓଡ଼ିଆ)
ବୌଦ୍ଧଜିଲ୍ଲା ଗୁନ୍ଦୁଲିଆ ସେବାସମବାୟ ସମିତି ରେ ସମ୍ପାଦକ ସୋଭାଗ୍ୟ ପତି ଙ୍କ ଅଧ୍ଯକ୍ଷତାରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ସଭାପତି ପୂର୍ଣ୍ଣିଚନ୍ଦ୍ର ପୋଢ଼ ସମ୍ମାନିତ ଅତିଥି ଭାବରେ ଗୁନ୍ଦୁଲିଆ ର ସମିତି ସମିତି ସଭ୍ୟ ବଳଦେବ କର୍ମୀ, ସମେତ ସମବାୟ ସମିତି ର ସମସ୍ତ କର୍ମ ଚାରି ଓ ଚାଷୀ ମାନେ ଉପସ୍ଥିତ ଥିଲେ। ସଭାପ୍ରାରମ୍ଭରେ ସମ୍ପାଦକ ଧାନମଣ୍ଡି ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।ଏହାପରେ ଅତିଥିଗଣ ଧାନର ଗୁଣାତ୍ମକମାନ, ଗତ ଆଠ ଦିନ ତଳେ ବୌଦ୍ଧ ବ୍ଲକ ଖୁତବନ୍ଧ, ଏବଂ କାଶଲପୁର ମାନଙ୍କରେ ଧାନମଣ୍ଡି ଉଦଘାଟିତ ହୋଇଥିବା ବେଳେ ଆଜି ଗୁନ୍ଦୁଲିଆ ଧାନମଣ୍ଡି ଉଦଘାଟନ ହେଉଥିବାରୁ ସମସ୍ତ ଚାଷୀବର୍ଗଙ୍କୁ ସ୍ବାଗତ କରିବା ସହିତ ଧାନର ଦର ଓ ସରକାରୀ ସହାୟତା ଦର ସଂପର୍କରେ ସମ୍ପା ଦକ ଶ୍ରୀପତି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ସେମାନେ ଧାନମଣ୍ଡି ଯାଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ ।

ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା