ଧରା ବାଘୁଣୀ ଜିନ୍ନତ୍।

ମୟୂରଭଞ୍ଜ ; ତା-୨୯/୧୨(ବିଏମସି ଟିଭି ଓଡ଼ିଆ)

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧିକାରୀଙ୍କ ଆଖିରୁ ନିଦ ହଜାଇ ଦେଇଥିଲା ବାଘୁଣୀ ଜିନ୍ନତ୍ । ବିଭାଗର ବହୁ ଉଦ୍ୟମ ପରେ ଧରା ପଡିଲା ବାଘୁଣୀ ଜିନ୍ନତ୍। ଦେଖିଲେ ଖସି ପଳାଇ ଯାଉଥିଲା ଜିନ୍ନତ୍ । ହେଲେ ବିଭାଗ ପକ୍ଷରୁ ଦୀର୍ଘ ୨୧ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଟ୍ରାଙ୍କୁଲାଇଜ୍ ହେଲା ବାଘୁଣୀ ଜିନ୍ନତ୍ । ପୋଡ଼ଶୀ ପଶ୍ଚିମବଙ୍ଗ ରାଜ୍ୟର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା ଅନ୍ତର୍ଗତ କଂସାବତୀ ଜଳଭଣ୍ଡାର ନିକଟ ଗୋସାଇଁଡିହି ଗ୍ରାମ୍ୟ ଜଙ୍ଗଲରୁ ଜିନ୍ନତ୍ କୁ ଉଦ୍ଧାର କରିଛି ବନବିଭାଗ । ପଶ୍ଚିମବଙ୍ଗ ବନବିଭାଗ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ମିଳିତ ଉଦ୍ୟମରେ ମିଳିଛି ସଫଳତା । ତେବେ ଟ୍ରାଙ୍କୁଲାଇଜ୍ ପରେ ବାଘୁଣୀ ଜିନ୍ନତ୍ କୁ ଉଦ୍ଧାର କରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଅଧିକାରୀମାନେ ନେଇ ଆସିଥିବା ଜଣାପଡ଼ିଛି ।

ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *