ବାଙ୍କୀ/ ବୈଦେଶ୍ୱର; ତା-୩୦/୧୨ (ବିଏମସି ଟିଭି ଓଡ଼ିଆ)
ବୈଦେଶ୍ୱର ସ୍ଥିତ ଦିଶା ମିନିଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ୧୭ତମ ବୈଦେଶ୍ୱର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ ଷ୍ଟାର ଇଲେଭେନ ଖୋର୍ଦ୍ଧା ଏବଂ ଢେଙ୍କାନାଳ କ୍ରିକେଟ କ୍ଳବ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଆଜିର ଏହି ମ୍ୟାଚରେ ୨୦ ଓଭର ବିଶିଷ୍ଟ ଖେଳ ହୋଇଥିବା ବେଳେ ଢେ଼ଙ୍କାନାଳ ଦଳ ପ୍ରଥମେ ଟସ୍ ଜିତି ବୋଲିଙ୍ଗି କରିବା ପାଇଁ ନିଷ୍ପତି ନେଇ ଷ୍ଟାର ଇଲେଭେନ ଖୋର୍ଦ୍ଧା ଦଳକୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା।

ଷ୍ଟାର ଇଲେଭେନ୍ ଖୋର୍ଦ୍ଧା ଦଳ ୮ ଗୋଟି ୱିକେଟ ହରାଇ ୧୪୪ ରନ କରି ଜବାବରେ ଢେଙ୍କାନାଳ ଦଳକୁ ୧୬ ଓଭରରେ ୧୪୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା ୪ ଗୋଟି ୱିକେଟ ବିନିମୟରେ ୧୪୫ ରନ କରି ବିଜୟ ହାସଲ କରି ଚଳିତ ବର୍ଷର ଚମ୍ପିୟାନ ହୋଇଥିଲା ।

ଚନ୍ଦନ ମହାପାତ୍ର ମ୍ୟାନ ଅଫଦିମ୍ୟାଚ, ବିକାଶ ରାଉତ ମ୍ୟାନ ଅଫଦୀ ସିରିଜ ପୂରସୃତ ହୋଇଥିଲେ । ସମ୍ପାଦକ ଡ଼ଃ ସୁଵିତ କୁମାର ପଟ୍ଟନାୟକଙ୍କ ସଂଯୋଜନା ରେ ଅଯୋଜିତ ପୁରସ୍କାର ବିତରଣ ଉତ୍ସବ ରେ ଦିଶା କ୍ଳବ ସଭାପତି ବିଶ୍ଵନାଥ ଦାସ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ କଟକ ଲୋକସଭା ସାଂସଦ ଭର୍ତ୍ତହରି ମହାତବ, ସମ୍ମାନିତ ଅତିଥିଭାବେ ବିଧାୟକ ପ୍ରାଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗଦେଇ ରନର୍ସଅପ ଏବଂ ଚମ୍ପିୟାନ ଟ୍ରଫି ଦଳକୁ ସମ୍ପର୍ଦ୍ଧିତ କରିଥିଲେ ।

ଗବାଙ୍କୀ ବୈଦେଶ୍ୱର ରୁ ମନୋଜ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।
